ଦୀର୍ଘଦିନ ଧରି ଖୋଲୁନି ସରକାରୀ ଚକ୍ଷୁ ଚିକିତ୍ସାଳୟ, ରୋଗୀ ହନ୍ତସନ୍ତ

ଟିଟିଲାଗଡ,୧୦/୧୧(ଜେଏନଏସ),ଟିଟିଲାଗଡ ଉପଖଣ୍ଡ ସରକାରୀ ଡାକ୍ତରଖାନା ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ଦୀର୍ଘଦିନ ଧରି ବନ୍ଦ ରହୁଥିବା ଯୋଗୁଁ ଚକ୍ଷୁ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।ଏହି ୧୦ ଶର୍ଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟ ରେ ପୂର୍ବରୁ ଅସ୍ତ୍ରୋପଚାର ସହ ଉତ୍ତମ ଚିକିତ୍ସା ଉପଲବ୍ଧ ହେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ସହ ପଡୋଶୀ ଜିଲ୍ଲା ର ଚକ୍ଷୁ ରୋଗୀ ମଧ୍ୟ ନିର୍ଭରଶୀଳ ଥିଲେ। ଗତ ୨୦୨୧ ମସିହାରୁ ଏଠାରେ ଅସ୍ତ୍ରୋପଚାର ସମ୍ପୂର୍ଣ ରୂପେ ବନ୍ଦ ରହିଛି।ଏପରିକି ଏହା ନିୟମିତ ବନ୍ଦ ରହୁଥିବା ଯୋଗୁଁ ସାଧାରଣ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମଧ୍ୟ ନୟାନ୍ତ ହେଉଥିବା ଦେଖିବାକୁ ମିଳିଛି।ଗତ ୨୦୧୮ ମସିହାରୁ ଏଲଟିଆରଏମଓ ଡ଼ାକ୍ତର ପ୍ରଣତି ସାହୁ ଚକ୍ଷୁ ବିଶେଷଜ୍ଞ ଦାୟିତ୍ୱରେ କାର୍ଯ୍ୟରତ ଥିବାବେଳେ ସେ କେବଳ ଓପିଡି ଡ୍ୟୁଟି କରୁଥିବା ଦେଖାଯାଇଛି।ଏପରିକି ସେ ଟିଟିଲାଗଡ ସହର ନିକଟରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟ ରେ ବେସରକାରୀ ଭାବରେ ଚାକିରି କରୁଥିବା ଓ ସେଠାରେ ନିୟମିତ ଡ୍ୟୁଟି କରୁଥିବା ନେଇ ଅଭିଯୋଗ ହୋଇଛି।କିଛିଦିନ ପୂର୍ବରୁ ଏଠାରେ କାର୍ଯ୍ୟରତ ଆଇ ଟେକ୍ନିସିଆନ ଅବସର ଗ୍ରହଣ କରିଥିବା ବେଳେ ମୂରିବାହାଲ ଚକ୍ଷୁ ସହାୟକ ଅରବିନ୍ଦ ଆଚାର୍ଯ୍ୟ ଙ୍କୁ ସପ୍ତାହ କୁ ୨ ଦିନ ପାଇଁ ଏଠାରେ ଡ୍ୟୁଟି କରିବାକୁ ଏସଡିଏମଓ ବିଭାଗୀୟ ଆଦେଶ ଜାରି କରିଥିଲେ।ତେବେ ଏହାପରେ ମଧ୍ୟ ସ୍ଥିତି ସୁଧୁରି ନ ଥିବା ଯୋଗୁଁ ଏସଡିଏମଓ ଡ଼ ପ୍ରଦୀପ ନାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଘଟଣା ସମ୍ଵନ୍ଧରେ ଅବଗତ ଥିବା ଓ ସଂପୃକ୍ତ ଡାକ୍ତର ଓ ସହାୟକ ଙ୍କୁ କାର୍ଯ୍ୟରେ ଅବହେଳା ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଣାଇଥିଲେ।ଅପରପକ୍ଷରେ ସଂପୃକ୍ତ ଡାକ୍ତର ତାଙ୍କୁ ଜାରି ହୋଇଥିବା ନୋଟିସ ର ଉତ୍ତର ବିଭାଗୀୟ ଅଧିକାରୀ ଙ୍କୁ ଦେଇଥିବା ନେଇ ଜଣାଇଛନ୍ତି।ତେବେ ବିଭାଗୀୟ ଡାକ୍ତର ଓ ସହାୟକ ଉଭୟ ଉପଲବ୍ଧ ଥାଇ ମଧ୍ୟ କାହିଁକି ଚକ୍ଷୁ ଚିକିତ୍ସାଳୟ ବନ୍ଦ ରହୁଛି ଏହା ଉପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles