ମୋ ସେବାକେନ୍ଦ୍ର ନାମ ରେ ଆସିଥିବା ଅଭିଯୋଗ ଭିତ୍ତିହୀନ, ତଦନ୍ତକାରୀ ଅଧିକାରୀ ଙ୍କ କ୍ଲିନ୍ ଚିଟ୍

ଟିଟିଲାଗଡ,୨୨/୧୨(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶଗଡ଼ଘାଟ ପଞ୍ଚାୟତ ରେ ଥିବା ମୋ ସେବା କେନ୍ଦ୍ର ର ମାଲିକ ଶିବ ଶଙ୍କର ମାଝୀ ସରକାରୀ ଯୋଜନା ରେ ଜଣେ ହିତାଧିକାରୀ ଙ୍କୁ ସାହାଯ୍ୟ କରିବା ଆଳ ରେ ଟଙ୍କା ଲାଞ୍ଚ ନେଇଥିବା ନେଇ ଅଭିଯୋଗ ହୋଇଥିଲା।ଘଟଣା କୁ ନେଇ ହିତାଧିକାରୀ ମହିଳା ନିଜେ ଯାଇ ଟିଟିଲାଗଡ ଉପଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ତେବେ ବିଭାଗିୟ ଅଧିକାରୀ ମାନେ ଘଟଣାର ତଦନ୍ତ କରି ସଂପୃକ୍ତ ମୋ ସେବା କେନ୍ଦ୍ର ମାଲିକ ଙ୍କୁ କ୍ଲିନ୍ ଚିଟ ଦେଇଛନ୍ତି। ଖୋଦ୍ ଅଭିଯୋଗ କାରି ମହିଳା ଜଣକ ଘଟଣା ଟି ଭୁଲ ବୁଝାମଣା ଯୋଗୁଁ ହୋଇଥିବା ଲିଖିତ ଭାବରେ ଉପଜିଲ୍ଲାପାଳ ଙ୍କୁ ଜଣାଇବା ସହ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ସୂଚନା ଅନୁଯାୟୀ ଶଗଡ଼ଘାଟ ଗ୍ରାମର ଗେଲେଇ ମନହୀରା ନାମକ ମହିଳା ତାଙ୍କ ସ୍ଵାମୀ ଗୋପ ମାନହିରା ଙ୍କ ମୃତ୍ୟୁପରେ ସଂପୃକ୍ତ ସେବାକେନ୍ଦ୍ର ରେ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ସହାୟତା ରାଶି ପାଇବାକୁ ଆବେଦନ କରି ୨୦ ହଜାର ଟଙ୍କା ପାଇଥିଲେ।ତେବେ ଏ ବାବଦରେ ୫ ହଜାର ୫ ଶହ ଟଙ୍କା ସେବାକେନ୍ଦ୍ର ମାଲିକ ତାଙ୍କ ଠାରୁ ଲାଞ୍ଚ ନେଇଥିବା ପ୍ରଥମେ ଅଭିଯୋଗ ହୋଇଥିବା ବେଳେ ଏହା ଭୁଲ ବୁଝାମଣା ଯୋଗୁଁ ହୋଇଥିବା ଅଭିଯୋଗ କାରୀ କହିଛନ୍ତି।ଏପରିକି ଗେଲେ଼ଇ ନିଜ ସ୍ବାମୀ ଙ୍କ ମୃତ୍ୟୁ ସମୟରେ ସେବା କେନ୍ଦ୍ର ମାଲିକ ଶିବ ଶଙ୍କର ଙ୍କ ଠାରୁ ୫୮୦୦ ଟଙ୍କା ଧାର ଆଣିଥିଲେ ଏବଂ ଏବେ ସରକାରୀ ସାହାଯ୍ୟ ପାଇବା ପରେ ତାଙ୍କୁ ଉକ୍ତ ଟଙ୍କା ଫେରାଇ ଥିବା କହିଛନ୍ତି।ସେ ପୂର୍ବରୁ ଧାର ନେଇଥିବା ଟଙ୍କା ବିଷୟରେ ତାଙ୍କ ଭାଇ ସଦାନନ୍ଦ ଚନ୍ଦନ ଜାଣି ନ ଥିଲେ ତେଣୁକରି ଭୁଲ ବୁଝାମଣା ରେ ସେ ମୋ ଦ୍ଵାରା ଏହି ଅଭିଯୋଗ କରାଇଥିଲେ।ଏଥିପାଇଁ କ୍ଷମା ପ୍ରାର୍ଥନା କରି ସେ ଦେଇଥିବା ଅଭିଯୋଗ ଫେରାଇ ନେବା ସକାଶେ ଲିଖିତ ଆବେଦନ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles