ଅଟୋ ଚଳାଇ ସହର ବୁଲିଲେ ବିଧାୟକ

ଟିଟିଲାଗଡ,୧/୧(ଜେଏନଏସ), ଟିଟିଲାଗଡ ବିଧାୟକ ନବୀନ ଜୈନ ନୂତନ ବର୍ଷ ତଥା ତାଙ୍କ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି।ଗୁରୁବାର ବିଧାୟକ ଶ୍ରୀ ଜୈନ ଙ୍କ ଜନ୍ମ ଦିବସ ଉପଲକ୍ଷେ ସହରର ବିଭିନ୍ନ ସାମାଜିକ ସଙ୍ଗଠନ ତଥା ବରିଷ୍ଠ ନାଗରିକ ସଂଘ, ଲାୟନ୍ସ କ୍ଲବ, ଗୁଜୁରାଟୀ ସମାଜ ଓ ସ୍ଥାନୀୟ ବିଜେପି କର୍ମୀ ଙ୍କ ପକ୍ଷରୁ ସହରର ପ୍ରମୁଖ ସ୍ଥାନ ଗୁଡିକରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ବିଧାୟକ ଶ୍ରୀ ଜୈନ ମଧ୍ୟ ସମସ୍ତ ଶୁଭେଚ୍ଛୁ ଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବା ସହ ନିଜେ ଉପସ୍ଥିତ ରହି ଲୋକଙ୍କୁ ଖାଦ୍ୟ ପରଷିବା ଦେଖିବାକୁ ମିଳିଥିଲା।ଏହି ଅବସରରେ ଜଗୁଆ ଗ୍ରାମ ର ଦେବରାଜ ନାଗ ନାମକ ଜଣେ ଦିବ୍ୟାଙ୍ଗ ଅଟୋ ଚାଳକ ବିଧାୟକ ଙ୍କୁ ତାଙ୍କ ଏକ ଫଟୋ ଚିତ୍ର ଜନ୍ମଦିନ ର ଉପହାର ସଦୃଶ ପ୍ରଦାନ କରିଥିଲେ।କିଛିଦିନ ପୂର୍ବରୁ ବିଧାୟକ ଶ୍ରୀ ଜୈନ ଙ୍କ ସହାୟତାରେ ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଜୀବିକା ନିର୍ବାହ ପାଇଁ ଏକ ଇ ରିକ୍ସା ମିଳିଥିବା ଯୋଗୁଁ ସେ ସ୍ୱାବଲମ୍ବୀ ହୋଇ ପାରିଥିବା ପ୍ରକାଶ କରିବା ସହ ବିଧାୟକ ଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଥିଲେ।ବିଧାୟକ ଶ୍ରୀ ଜୈନ ଦେବରାଜ ଙ୍କୁ ଉତ୍ସାହିତ କରିବା ସହ ପାଖରେ ବସାଇ ନିଜେ ଅଟୋ ଚଳାଇ ସହର ପରିଭ୍ରମଣ କରିଥିବା ଦେଖିବାକୁ ମିଳିଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles