ଉଦଘାଟନୀ ଫଳକ ଭାଙ୍ଗି ସରପଞ୍ଚ ଥାନାରେ ଗିରଫ

ଟିଟିଲାଗଡ,୧୨/୧(ଜେଏନ୍ଏସ), ସଇଁତଳା ନବ ନିର୍ମିତ ବସଷ୍ଟାଣ୍ଡ ର ଉଦଘାଟନୀ ଫଳକ ଭାଙ୍ଗିବା ଅଭିଯୋଗ ରେ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ଙ୍କୁ ପୁଲିସ ଗିରଫ କରିଛି।ସୂଚନା ଅନୁଯାୟୀ ସଇଁତଳା ଓ ଟିଟିଲାଗଡ ଠାରେ ନବ ନିର୍ମିତ ଅଟଳ ବସଷ୍ଟାଣ୍ଡ କୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାଷୀ ଜରିଆରେ ଉଦଘାଟନ କରି ଲୋକାର୍ପିତ କରିଥିଲେ।ଉଦଘାଟନୀ ଉତ୍ସବରେ ଟିଟିଲାଗଡ ବିଧାୟକ ନବୀନ ଜୈନ,ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧା,ସଇଁତଳା ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଏହି ପ୍ରକଳ୍ପ ପୂର୍ବ ସରକାର ଅମଳର ଏବଂ ଉଦଘାଟନୀ ଫଳକରେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ,ସରପଞ୍ଚ ଙ୍କ ନାମ ଲେଖା ଯାଇ ନ ଥିବା ଅଭିଯୋଗ ଆଣି ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ଏବଂ ତାଙ୍କ ସମର୍ଥକ ସରୋଜ ସାହୁ ଫଳକ କୁ ସର୍ବ ସମ୍ମୁଖରେ ଭାଙ୍ଗି ଦେଇଥିଲେ।ତେବେ ଉଦଘାଟନୀ ସଭାରେ ବିଧାୟକ ଶ୍ରୀ ଜୈନ,ବିଧାୟକ ଙ୍କ ପ୍ରତିନିଧି ବିମଲ ଶର୍ମା,ସାଂସଦ ଙ୍କ ପ୍ରତିନିଧି ଅକ୍ଷୟ ରଣା ପ୍ରମୁଖ ଉପସ୍ଥିତ ଥାଇ ଜଣେ ଲୋକ ପ୍ରତିନିଧି ଙ୍କ ଏପରି ଅମାନବିକ କାର୍ଯ୍ୟକଳାପ କୁ କେହି ପ୍ରତିବାଦ ନ କରି ନୀରବ ରହିବା ଉପସ୍ଥିତ ଜନ ସାଧାରଣ ଙ୍କୁ ବିସ୍ମିତ କରିଥିଲା।ଘଟଣା କୁ ନେଇ ସଇଁତଳା ପୁଲିସ ସଂପୃକ୍ତ ସରପଞ୍ଚ କୁ ଥାନା କୁ ଆଣି ଅଟକ ରଖିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସରୋଜ ସାହୁ କୁ ଗିରଫ ନ କରିବା କୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି।ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ମାମଲା ରୁଜୁ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟିଟିଲାଗଡ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନି ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles