କଲେଜ କ୍ଲାସ ରୁମ୍ ରେ ଅଧ୍ୟାପକ ଙ୍କୁ ମାଡ,ମାମଲା ଚପାଇଦେବା କୁ ଉଦ୍ୟମ

ଟିଟିଲାଗଡ,୨୩/୧୦(ଜେଏନଏସ),ଶିକ୍ଷାଦାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏକଦା ରାଜ୍ୟ ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଟିଟିଲାଗଡ ଡିଏଭି ସ୍ଵୟଂ ଶାସିତ ମହାବିଦ୍ୟାଳୟ ବର୍ତ୍ତମାନ ପରିଚାଳନା ଗତ ବିଶୃଙ୍ଖଳା ପାଇଁ ଚର୍ଚ୍ଚାରେ ରହିଛି।ଗତ ୧୭ ତାରିଖ ରେ ଜଣେ କଲେଜ ଅଧ୍ୟାପକ ଙ୍କୁ କଲେଜ ପରିସରରେ ସର୍ବ ସମ୍ମୁଖରେ ଜଣେ ଛାତ୍ର ମାଡ ମାରିଥିବା ନେଇ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।ଘଟଣା କୁ ନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ କଲେଜ କର୍ତ୍ତୃପକ୍ଷ ମାମଲା କୁ ଚପାଇ ଦେବା ତଥା ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି।ଅଭିଯୁକ୍ତ ଛାତ୍ର ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ବଦଳରେ ଘଟଣା କୁ ନେଇ କଲେଜ କର୍ତ୍ତୃପକ୍ଷ ଙ୍କ ନରମ ଆଭିମୁଖ୍ୟ ବିଶୃଙ୍ଖଳା କାରୀ ଙ୍କୁ ଉତ୍ସାହିତ କରିବା ସଦୃଶ ହୋଇଛି। ସୂଚନା ଅନୁଯାୟୀ କଲେଜ ର ସଂସ୍କୃତ ବିଭାଗ ର ଅଧ୍ୟାପକ ବେଦବର ରଣା ଙ୍କୁ ଯୁକ୍ତ ୩ ଦ୍ଵିତୀୟ ବର୍ଷ ର ଛାତ୍ର ଭୂରିଶ୍ରବ ବାଗ କୌଣସି କାରଣ ବଶତଃ ରାଗ ରଖି ଅଧ୍ୟାପିକା ଡିଲେଶ୍ୱରି ମେହେର କ୍ଲାସ କରୁଥିବା କ୍ଲାସ ରୁମ୍ କୁ ଆସିବାକୁ ଫୋନ ଯୋଗେ ଡାକିଥିଲେ।ଅଧ୍ୟାପକ ଶ୍ରୀ ରଣା କ୍ଲାସ ରୁମ୍ କୁ ଆସିବାପରେ ସଂପୃକ୍ତ ଯୁବକ ଜଣେ ଅଣ ଛାତ୍ର ଙ୍କ ଉପସ୍ଥିତି ରେ ସ ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପିକା ଙ୍କ ସମ୍ମୁଖରେ ତାଙ୍କୁ ମାଡ଼ ମାରିଥିଲେ।ଏହି ଅପ୍ରତ୍ୟାଶିତ ଓ ଅଭାବନୀୟ ଘଟଣା କୁ ନେଇ କଲେଜ ରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ସେହିଦିନ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅରୁଣ ପ୍ରଧାନ ଙ୍କୁ ଅବଗତ କରାଯାଇଥିଲା।ଘଟଣା କୁ ନେଇ ଶ୍ରୀ ପ୍ରଧାନ କର୍ମଚାରୀ ପରିଷଦ ବୈଠକ ଡ଼କାଇ ଥିଲେ।ପରିଷଦ ର ନିଷ୍ପତି ଅନୁଯାୟୀ ସ୍ଥାନୀୟ ଥାନାରେ ସଂପୃକ୍ତ ଛାତ୍ର ଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ଟିଟିଲାଗଡ ପୁଲିସ ଥାନା କେସ ନଂ ୩୬୪/୨୫ ଅନ୍ତର୍ଗତ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ସଂପୃକ୍ତ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।ଅପରପକ୍ଷରେ ଗୁରୁବାର କଲେଜ ଅଧ୍ୟକ୍ଷ ଗୋବିନ୍ଦ ମେହେର ଙ୍କ ଅଧ୍ୟକ୍ଷତାରେ କଲେଜ ର ଅଭିଯୋଗ ନିବାରଣ କମିଟି ବୈଠକ ଡକାଯାଇ ଅଭିଯୁକ୍ତ ଛାତ୍ର କୁ ସ୍ୱତଃପ୍ରୋତ ଭାବରେ ସି ଏଲ ସି ନେବା ପାଇଁ କୁହାଯାଇଥିବା ଏବଂ ଏଥିରେ ଅବହେଳା କଲେ କଲେଜ ପକ୍ଷରୁ ସି ଏଲ ସି ପ୍ରଦାନ କରିବାକୁ ନିଷ୍ପତ୍ତି ଗୃହୀତ ହୋଇଥିବା ସୂଚନା ମିଳିଛି।ତେବେ ଏହି ଘଟଣା କୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ କଲେଜ ର ପରିଚାଳନା ଓ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି?

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles