ଗାଁ ଦାଣ୍ଡ ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଟିଟିଲାଗଡ,୨୯/୧(ଜେଏନଏସ),ଟିଟିଲାଗଡ ଥାନା ଅନ୍ତର୍ଗତ ଧରପଗଡ ଗ୍ରାମ ଉପରପଡ଼ା ଠାରେ ରାସ୍ତାକଡ ରୁ ଅସହାୟ ଅବସ୍ଥାରେ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି।ଏହି ଅମାନବୀୟ ଘଟଣା କୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ସ୍ଥାନୀୟ ଅଞ୍ଚଳରେ ଘଟଣା କୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେକେ ନବଜାତ ଶିଶୁ କନ୍ୟା କୁ ଗ୍ରାମର ଅଙ୍ଗନବାଡ଼ି କର୍ମୀ ଉଦ୍ଧାର କରି କ୍ଷୀର ପାନ କରାଇବା ପରେ ବଡ଼ମାଲ ଫାଣ୍ଡି ପୁଲିସ କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ସୂଚନା ପାଇ ବଡ଼ମାଲ ପୁଲିସ ପହଞ୍ଚି ଶିଶୁକନ୍ୟା କୁ ସଇଁତଳା ଡାକ୍ତରଖାନା କୁ ନେଇ ଚିକିତ୍ସା କରିଥିବା ଜଣା ପଡ଼ିଛି। ପୁଲିସ ବଲାଙ୍ଗିର ଚାଇଲ୍ଡ ଲାଇନ୍ କୁ ଅବଗତ କରିଥିବା ବଡ଼ମାଲ ଫାଣ୍ଡି ଏସ ଆଇ ମୂରଲୀଧର ସେଠି ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles