ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ତୃତୀୟ ସନ୍ଧ୍ୟା : ଐତିହ୍ୟ, ସଂସ୍କୃତି ଓ ପରମ୍ପରା ବଜାୟ ରଖି ବିକାଶ ପାଇଁ ସାମୁହିକ ଉଦ୍ୟମ ହେଉ ।

0
66

ବଲାଙ୍ଗିର,୧୫/୧୧,(ଜେଏନ୍ଏସ୍) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ୩୮ତମ ଧନୁଯାତ୍ରା ମହୋତ୍ସବ ତୃତୀୟ ଦିବସରେ ପହଂଚିଛି । ପାତ୍ର, ମନ୍ତ୍ରୀ ସହ ବିରାଟ ପଟୁଆରରେ କଂସ ମହାରାଜ ରଙ୍ଗମଞ୍ଚକୁ ପହଞ୍ଚିବାପରେ ରାଜକାର୍ଯ୍ୟ ଆରମ୍ଭ ହୋଇଥିଲା । ତୃତୀୟ ରଜନୀରେ ରାଜ ଦରବାରକୁ ରାଜକୀୟ ଅତିଥିଭାବେ ଲୋୟର ଇନ୍ଦ୍ର ପ୍ରକଳ୍ପରଅଧିକ୍ଷଣ ଯନ୍ତ୍ରୀ ଇଂ. ସୌମ୍ୟ କିଶୋର ଜୟପୁରିଆ, ବଲାଙ୍ଗିର ସମବାୟ ବ୍ୟାଙ୍କ ନିର୍ଦେଶକ ଲକ୍ଷ୍ମଣ କୁମାର ମେହେର, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁଵାଲା ବେହେରା, ବଙ୍ଗୋମୁଣ୍ଡା ବାନାଧିକାରୀ ପଦ୍ମନାଭ କୁମ୍ଭାର, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା,ସାମ୍ବାଦିକ ପୂର୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ବଙ୍ଗୋମୁଣ୍ଡା ଏକ ଐତିହ୍ୟଭରା ସଂଗ୍ରାମୀ ମାଟି ଓ ଏହି କନ୍ଧାନଗଡ଼ରୁ ବୀରସଂଗ୍ରାମୀ ମୋହନ ମାଝୀ, ସଦାନନ୍ଦ ସିଂଭୋଇଙ୍କ ପରି ବହୁ ସଂଗ୍ରାମୀ ଅସ୍ତ୍ରଧରି ଦିନେ ବ୍ରିଟିଶ ସମ୍ରାଜ୍ୟ କେ ଦୋହଲାଇ ଦେଇଥିଲା ।ସେଇ ମାଟିରୁ ଦାଦନର କଳଙ୍କକୁ ଦୂର କରିବା ପାଇଁ ସାମୁହିକ ଉଦ୍ୟମ ପାଇଁ ଅତିଥିଙ୍କ ଦ୍ଵାରା ମତ ପ୍ରକାଶ ପାଇଥିଲା । କଳା, ସଂସ୍କୃତିର ସୁରକ୍ଷା ପାଇଁ ପ୍ରୟାସକୁ ପ୍ରଶଂସା କରାଯାଇଥିଲା । ଡକ୍ଟର  ନାରାୟଣ ମିଶ୍ର ସଭା ସଂଯୋଜନା କରିଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପୌରାଣିକ କଥାବସ୍ତୁକୁ ନେଇ କଳାକାରଙ୍କ ନିଖୁଣ ଅଭିନୟ ବେଶ ଚିତ୍ତାକର୍ଷକ ହୋଇଥିଲା । ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ପଶ୍ଚିମ ଓଡ଼ିଶାର ବରିଷ୍ଠ କଳାକାର ରବୀନ୍ଦ୍ର ସାହୁଙ୍କ ସଂଳାପ ଓ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲୋକେ ଉପଭୋଗ କରିଥିଲେ । ରଙ୍ଗମଞ୍ଚରେ ଅଷ୍ଟମଲ୍ଲ ନିଧନରେ କଂସ ମର୍ମାହତ, କାଳୀୟ ନାଗକୁ ଆଦେଶ, ରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା, ରଙ୍ଗ ସଭା ଓ ଧନୁଯାତ୍ରା ଆରମ୍ଭ ଦୃଶ୍ୟ ଅଭିନୀତ ହୋଇଥିଲା । ବାସନ୍ତୀ କଳା ପରିଷଦ ତରଭା, ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here