କ୍ରୀଡ଼ାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଯାପିତ

0
64

ଟିଟିଲାଗଡ଼,୩୦/୬(ଜେଏନ୍ଏସ୍), ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ତ୍ରି-ଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଆୟୋଜିତ ଶିବିରରେ ସଇଁତଳା ଓ ଟିଟିଲାଗଡ଼ ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ଓ ପ୍ରଧାନ ଶିକ୍ଷକ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ ।

ଦ୍ଵିତୀୟ ଦିବସରେ ଡି.ଇ.ପି.ଓ. ପ୍ରଦୀପ କୁମାର ପାତ୍ର ଓ କ୍ରୀଡାଙ୍ଗନ ଜିଲ୍ଲା ସଂଯୋଜକ ବିକାଶ ମେହେର ଅତିଥି ରୂପେ ଯୋଗଦାନ କରିଥିଲେ । ଉଦଯାପନୀ ଉତ୍ସବରେ ରାଜ୍ୟ ମୋ ସ୍କୁଲର ପ୍ରକଳ୍ପ ନିର୍ଦ୍ଦେଶକ ଯୁଧିଷ୍ଠିର ପାଢ଼ୀ ଯୋଗଦେଇଥିବା ବେଳେ ପ୍ରଶିକ୍ଷକ ରାଜେଶ କୁମାର ସ୍ୱାଇଁ, ଚନ୍ଦ୍ର ଶେଖର ବାହୁ କର, ପଦ୍ମଜା ବହିଦାର ଓ ରଞ୍ଜିତା ମିଶ୍ର ଶିବିର ପରିଚାଳନା କରିଥିଲେ । 

LEAVE A REPLY

Please enter your comment!
Please enter your name here