ମାଉସୀ ମା’ ମନ୍ଦିର ପହଞ୍ଚିଲେ ତିନି ଠାକୁର

0
51

ଟିଟିଲାଗଡ଼,୨୯/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।ଟିଟିଲାଗଡ଼ର ଚଳିତ ପରମ୍ପରା ଅନୁଯାୟୀ ରଥଟଣା ୨ ଦିନ ଯାଏ ହେଉଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଅସଂଖ୍ୟ ଭକ୍ତଙ୍କ ଗହଣରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି । ଶ୍ରୀଶ୍ରୀ ଦଧିବାମନ ଓ ଧବଳେଶ୍ୱର ଟ୍ରଷ୍ଟ ପକ୍ଷରୁ   ସମସ୍ତ ରୀତିନୀତି ପାଳନ ସହ ଅଗଣିତ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇ ପୁରୁଣା ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରଥ ଟଣା ଯାଇଥିଲା । ଶନିବାର ପୁଣି ସେଠାରୁ ରଥ ଟଣା ଯାଇ ତିନି ଠାକୁର ଗୁଣ୍ଡିଚା ମନ୍ଦିର ପ୍ରବେଶ କରିଛନ୍ତି । ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟି ସଞ୍ଜୀବ ପାଢ଼ୀ, ସେବାୟତ କମ୍ବୁ ପାଣି ପାଢ଼ୀ, ସନତ ପାଢ଼ୀ, ଅଶୋକ ପାଢ଼ୀ, ପ୍ରଶାନ୍ତ ପାଢ଼ୀ, ସଞ୍ଜୟ ପାଢ଼ୀ, ଶୁଭ୍ରାଂଶୁ ପାଢ଼ୀ, ନିଶିକାନ୍ତ ପାଢ଼ୀ, ନିହାର ପାଢ଼ୀ, ସମୀର ପାଢ଼ୀ, ରାଧାକାନ୍ତ ପାଢ଼ୀ, ଭବାନୀ ହୋତା ପ୍ରମୁଖ ମହାପ୍ରଭୁଙ୍କ ବିଭିନ୍ନ ରୀତିନୀତି ସମ୍ପନ୍ନ କରିଥିଲେ। ଟିଟିଲାଗଡ଼ ବିଧାୟକ ନବିନ ଜୈନ ଓ ପୌରାଧ୍ୟକ୍ଷା ମମତାଦେବୀ ଜୈନ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇଥିଲେ । ଆଇନଶ୍ରୁଙ୍ଖଳା ସ୍ଥିତିକୁ ନେଇ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here