ଟ୍ରେନରୁ ବିପୁଳ ମାତ୍ରାରେ ମଦ ଜବତ ୩ଜଣଙ୍କୁ କାବୁ କରି ଜଣକୁ କୋର୍ଟ ଚାଲାଣ

0
68

ଟିଟିଲାଗଡ଼,୦୩/୧୦,(ଜେଏନ୍ଏସ୍ ) କଣ୍ଟାବାଞ୍ଜି-ଟିଟିଲାଗଡ଼ ମଧ୍ୟରେ ଆରପିଏଫର ଏକ ସ୍ଵତନ୍ତ୍ର ଦଳ ‘ଭଗତ କି କୋଠୀ- ବିଶାଖାପାଟଣା’ ସାପ୍ତାହିକ ଟ୍ରେନରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ୩ଣଙ୍କୁ ଠାବ କରିଥିଲା । ସ୍ଵତନ୍ତ୍ର ଦଳ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଆରପିଏଫକୁ ହସ୍ତାନ୍ତର କରିଥିବାବେଳେ ଅବକାରୀ ବିଭାଗ ଜଣକୁ କୋର୍ଟଚାଲାଣ କରିଛି । ତେବେ ଅନ୍ୟ ଦୁଇ ଜଣ କୁଆଡ଼େ ଗଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାମତେ ଆରପିଏଫ ଇନ୍ସପେକ୍ଟର ଗୁଞ୍ଜନ କୁମାରଙ୍କ ତତ୍ତ୍ଵାବଧାନରେ ଏକ ସ୍ଵତନ୍ତ୍ର ଦଳ ‘ଭଗତ କି କୋଠୀ-ବିଶାଖାପାଟଣା’ ଅଭିମୁଖେ ଯାତ୍ରା କରୁଥିବା ସାପ୍ତାହିକ ଟ୍ରେନ କଣ୍ଟାବାଞ୍ଜିରୁ ପ୍ରସ୍ଥାନ କରିବା ପରେ ଏସି କୋଚ ବି ୩କୁ ଯାଞ୍ଚ କରୁଥିବା ସମୟରେ ବର୍ଥ ନମ୍ବର ୮ରୁ କଣ୍ଟାବାଞ୍ଜିରୁ ଟିଟିଲାଗଡ଼ ମଧ୍ୟରେ ବିଦେଶୀ ମଦ ୭୫୦ମି.ଲି। ର ୨୪ଟି ସିଗନେଚର ବ୍ରାଣ୍ଡ, ୧୨ଗୋଟି ଟିଚର ବ୍ରାଣ୍ଡ ଓ ୩ଗୋଟି ବ୍ଲାକ ଡଗ ବ୍ରାଣ୍ଡର  ବିଦେଶୀ ମଦ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶ ବିଜୟନଗର ଜିଲ୍ଲା ମକ୍ରୁଭା ଗ୍ରାମର ଚବାବୁଟମ୍ ପେଟ୍‌ ର କେ ତିରୁପତି (୨୮), ସମ୍ପୃକ୍ତ କୋଚ ସୁପରଭାଇଜର ସୁରଜିତ ସିଂ (୩୭) ଓ କୋଚ ଆଟେଣ୍ଡର ଗୋପି ଶ୍ରୀବାସ୍ତବ (୧୯) ପ୍ରମୁଖ ୩ଜଣଙ୍କୁ କାବୁ କରିଥିଲେ । ସେମାନେ ନିଜ ଦୋଷ ସ୍ଵୀକାର ଜରି କ୍ଷମା ଦେବାକୁ କାକୁତି ମିନତି କରିଥିଲେ । ପରେ ସ୍ଵତନ୍ତ୍ର ଦଳ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜବତ ମଦ ସହ ୩ଜଣ ଅଭିଯୁକ୍ତଙ୍କୁ ଟିଟିଲାଗଡ଼ ଆରପିଏଫକୁ ହସ୍ତାନ୍ତର କରିଥିଲା । ଆରପିଏଫ ସେମାନଙ୍କୁ ସ୍ଥାନୀୟ ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲା । ଅନ୍ୟପଟେ ସ୍ଥାନୀୟ ଅବକାରୀ ଏସଆଇ ଆଶିଷ ବେହେରା ଓ ତାଙ୍କ ଦଳ ଉକ୍ତ ମଦ ସହ ଜଣେକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରାତ୍ରିରେଦେଇ ତାଙ୍କ ପାରିବା ପଣିଆ ଦେଖାଇଛନ୍ତି । ସେ କେବଳ ଉକ୍ତ ମଦ ଜବତ କରିଥିବା, ଅଭିଯୁକ୍ତ ତେଲଗୁରେ କଥାବାର୍ତ୍ତା କରୁଥିବାରୁ କିଛି ବୁଝି ହେଉନଥିବା ଏବଂ ସେ କେଉଁ ଠାରୁ ମଦ କିଣିଥିଲେ ଓ କେଉଁଠି ଯାଇଥିଲେ ଜଣା ପଡ଼ି ନାହିଁ ବୋଲି ଦର୍ଶାଇଛନ୍ତି । ଅବଶ୍ୟ ସେ ଅଭିଯୁକ୍ତ ଜଣକ ପାର୍ବତୀପୁର ଜିଲ୍ଲା ମକ୍ରୁଭା ଗ୍ରାର କନୁରୁ ସତ୍ୟମଙ୍କ ପୁଅ ତିରୁପତି କାନ୍ଥରୁ (୨୯) ବୋଲି ୱାଟସ୍‌ଅପ ରେ ଦର୍ଶାଇବା ଛଡ଼ା କିଛି ସୂଚନା ଦେଇ ନଥିଲେ । ଘଟଣା ସମ୍ପର୍କରେ ଜାଣିବା ପାଇଁ ତାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ । ସ୍ଵତନ୍ତ୍ର ଦଳ ମଦ ସହ ୩ଜଣ ଅଭିଯୁକ୍ତଙ୍କ ଫଟୋ ଦେଇଥିବା ବେଳେ ଅବକାରୀ ବିଭାଗ ଦେଇଥିବା ଫଟୋରେ ମଦ ସହ ଜଣେ ଅଭିଯୁକ୍ତ ରହିଛି । ଅପରପକ୍ଷରେ ଆରପିଏଫ ଇନ୍ସପେକ୍ଟର ଏସବି ପୁନିଆକୁ ଯୋଗାଯୋଗ କରିବାରୁ ସେ ଜଣେକୁ ହସ୍ତାନ୍ତର କରାଯାଇଛି ବୋଲି କହିଥିଲେ । ଅଭିଯୁକ୍ତ ନିଜ ଅପରାଧ ସ୍ଵୀକାର କରିଥିବା ବେଳେ ଆରପିଏଫ ଇନ୍ସପେକ୍ଟରଙ୍କ କଥା ସହଜେ ଗ୍ରହଣ କରି ହେଉ ନାହିଁ । ଏହାକୁ ନେଇ ସ୍ଥାନୀୟ ଆରପିଏଫ ଓ ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ୨ଜଣ ଅଭିଯୁକ୍ତଙ୍କୁ ଛାଡ଼ି ଦିଆଯାଇଥିବା ଚର୍ଚ୍ଚା ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here