ଟିଟିଲାଗଡ଼ ୧୯୮୫ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ

0
65

ଟିଟିଲାଗଡ଼,୧୨/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ସହର ନିକଟସ୍ଥ ଝାରଦେବନ୍ଧ ଠାରେ ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ୧୯୮୫ ବ୍ୟାଚ୍ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରୁ ସମସ୍ତ ବନ୍ଧୁ ଏକତ୍ରିତ ହୋଇ  ଦୀର୍ଘ ୪୦ ବର୍ଷର ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ । ଅଞ୍ଚଳର ବିଶିଷ୍ଟ କଣ୍ଠଶିଳ୍ପୀ ନିରାକାର ସାହୁ ସଙ୍ଗୀତ ପରିବେଷଣ କରିଥିଲେ । ଆଗାମୀ ଦିନରେ ଏହି ଵ୍ୟାଚ ପକ୍ଷରୁ ସହର ମଧ୍ୟରେ ବିଭିନ୍ନ ସାମାଜିକ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା । କାର୍ଯ୍ୟକ୍ରମରେ ଅମରେନ୍ଦ୍ର ମଲ୍ଲ, ସୁରେଶ ସାହୁ, ଜୟପ୍ରକାଶ ଜୈନ, ଦୀପକ ସମାଜଦାର, ବିଜୟ ବୈଠାରୁ, ଅଶୋକ ମିଶ୍ର ବିଜୟ ମାରୁ, ରାଧାକାନ୍ତ ବାଗ, ହରି ନାରାୟଣ ବହିଦାର ପ୍ରମୁଖ ପ୍ରମୁଖଙ୍କ ସହ ବହୁ ବନ୍ଧୁ ସାମିଲ ହୋଇଥିଲେ । 

LEAVE A REPLY

Please enter your comment!
Please enter your name here