ଟିଟିଲାଗଡ଼ ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ।

0
32

ଟିଟିଲାଗଡ଼,୦୬/୦୩/୨୦୨୫,(ଜେଏନ୍ଏସ୍) : ସ୍ଥାନୀୟ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇଙ୍କ ନେତୃତ୍ୱରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସହରର ବିଜୁ ପଟ୍ଟନାୟକ ଛକସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ସିଂ ଭୋଇଙ୍କ ସହ ବହୁ ନେତା ଓ କର୍ମୀଙ୍କ ମାଲ୍ୟାର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟ ଠାରେ ଆୟୋଜିତ ସଭାରେ ଶ୍ରୀ ସିଂଭୋଇଙ୍କ ସହ ଦଳୀୟ ନେତା ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜେଡି ଜିଲ୍ଲା ସଭାପତି ଟୁକୁନି ସାହୁ ଆଭାସି ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ବେହେରା, ଅରୁଣ ମିଶ୍ର, ରାଜେଶ ପ୍ରଧାନ, ବିକାଶ ପାଣିଗ୍ରାହୀ, ତୁଳସୀ ସାହୁ, ଭରତ ତାଣ୍ଡି, ଗୋବର୍ଦ୍ଧନ ନାଗ, ଅଞ୍ଜନା ବର୍ମା, ଶ୍ୟାମ ପ୍ରସାଦ ଗରିଆ ପ୍ରମୁଖଙ୍କ ସହ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here