ଟିଟିଲାଗଡ଼ ବିଜେଡି ପକ୍ଷରୁ ପ୍ରତିବାଦ ସଭା

0
36

ଟିଟିଲାଗଡ଼,୦୬/୦୩/୨୦୨୫,(ଜେଏନ୍ଏସ୍) : ରାଜ୍ୟ ସରକାର ପଞ୍ଚାୟତ ରାଜ ଦିବସ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପାଳନ କରାଯିବାକୁ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ବିଜେଡି ରାଜ୍ୟବ୍ୟାପି ପ୍ରତିବାଦ କରିଛି । ଏହି ପରିପ୍ରେକ୍ଷୀରେ  ସ୍ଥାନୀୟ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକ ଛକ ଠାରେ ବିଜେଡି ନେତା ରାଜେଶ ପ୍ରଧାନଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀଙ୍କ ଗହଣରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଆୟୋଜିତ ସଭାରେ ଦଳୀୟ ନେତା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିଲେ । ବିଜେଡି ଜିଲ୍ଲା ସଭାପତି ଟୁକୁନି ସାହୁ ଆଭାସି ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ, ବିକାଶ ପାଣିଗ୍ରାହୀ, ନରେଶ ଅଗ୍ରୱାଲ, କୃଷ୍ଣ ହାତୀ, ଭରତ ତାଣ୍ଡି, ଶ୍ୟାମ ପ୍ରସାଦ ଗରିଆ, ଧୃବଚରଣ ସାହୁ, ଅରୁଣ ବାଗ, ପ୍ରମୁଖଙ୍କ ସହ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here