ରୋଚକ ସ୍ଥିତିରେ ଟିଟିଲାଗଡ଼ ବ୍ଲକ ରାଜନୀତି ; ବ୍ଲକ ଅଧ୍ୟକ୍ଷାଙ୍କ ଧାରଣା ପରେ ଅନାସ୍ଥା ପ୍ରସ୍ତାବ।

0
32

ଟିଟିଲାଗଡ଼,୧୮/୦୨/୨୦୨୫,(ଜେଏନ୍ଏସ୍),  ଟିଟିଲାଗଡ଼ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିଲ ପାସକୁ ନେଇ ବିବାଦ ଚରମ ସ୍ତରରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।ସ୍ଥାନୀୟ ବିଧାୟକଙ୍କ ନିର୍ଦ୍ଦେଶରେ ବିଡ଼ିଓ ପରିଚାଳିତ ହେଉଥିବା ତଥା ବିଧାୟକଙ୍କ ଅହେତୁକ ହସ୍ତକ୍ଷେପ  ଅଭିଯୋଗ ନେଇ  ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା  ନାୟକ କିଛି ସମିତି ସଭ୍ୟ ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି । ତେବେ ବିଡ଼ିଓ ଚନ୍ଦ୍ରମଣି ନାଗ ଅଭିଯୋଗକୁ ଭିତ୍ତିହୀନ କହିବା ସହ ବହୁ ଫାଇଲ ବ୍ଲକ ଅଧ୍ୟକ୍ଷା ନିଜେ ଦୀର୍ଘଦିନ ଧରି ରଖିଥିବା କହିଛନ୍ତି ।ବିଧାୟକ ନବୀନ ଜୈନ ମଧ୍ୟ ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ମୂଳକ ଓ ବିଜେପି ସରକାର ଆସିବା ପରେ ବ୍ଲକରେ ଆସୀନ ବିଜେଡି ନେତାଙ୍କ ମନଇଚ୍ଛା କାର୍ଯ୍ୟ ବନ୍ଦ ହୋଇଥିବା କହିଛନ୍ତି । ତେବେ ଗୋଟିଏ ପଟେ ବ୍ଲକ ଅଧ୍ୟକ୍ଷା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ବିକାଶ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିବା ଅଭିଯୋଗ ନେଇ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ୧୮ ଜଣ ସରପଞ୍ଚ ଓ ସମିତି ସଭ୍ୟ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଆବେଦନ କରିଛନ୍ତି । 

LEAVE A REPLY

Please enter your comment!
Please enter your name here