ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ

0
102

ଟିଟିଲାଗଡ଼,୦୩/୦୭/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀଙ୍କ ସରକାରୀ ବାସଭବନ ଓ କାର୍ଯ୍ୟଳୟରେ ଗୁରୁବାର ଭୋର ୫ଟା ରୁ ବଲାଙ୍ଗିର ଭିଜିଲାନ୍ସ ଡି.ଏସ୍.ପି. ପୁଲସ୍ତି ଛାତ୍ରିଆଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ପୂର୍ତ୍ତବିଭାଗର କଣ୍ଟାବାଞ୍ଜି ଡିଭିଜନ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ରହିଛି । ଏହି ବିଭାଗ ଅଧିନରେ ଥିବା ଟିଟିଲାଗଡ଼  ଜି.ଇ.ଡି.  ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ବାରମ୍ବାର ଅଭିଯୋଗ ହୋଇଛି । ଏପରିକି ବିଭାଗୀୟ ଅଧିକାରୀମାନେ ନିର୍ଦ୍ଧିଷ୍ଟ କିଛି ଠିକାଦାରଙ୍କ ସହ ମିଶି ସହଭାଗିତାରେ ଠିକା କାମ କରୁଥିବା ଅଭିଯୋଗ ରହିଛି । ଟିଟିଲାଗଡ଼ ପୂର୍ତ୍ତ ବିଭାଗର ଠିକାଦାର ପ୍ରୀତି ଚର୍ଚ୍ଚାରେ ରହିଥିବା ବେଳେ ନିର୍ଦ୍ଧିଷ୍ଟ କିଛି ଠିକାଦାରଙ୍କ ପ୍ରତି ଶ୍ରୀ ମାଝୀଙ୍କ ବିଶେଷ ଅନୁକମ୍ପା ରହି ଆସିଥିବା ନଜିର ରହିଛି । କିଛିଦିନ ପୂର୍ବରୁ କଣ୍ଟାବାଞ୍ଜି ମଣ୍ଡଳ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ବେଳେ ଶ୍ରୀ ମାଝୀ ମଧ୍ୟ ଭିଜିଲାନ୍ସ ସ୍କାନରରେ ରହିଥିଲେ । ଭିଜିଲାନ୍ସ ଟିମ୍ ପୂର୍ତ୍ତବିଭାଗ କାର୍ଯ୍ୟାଳୟ, ସମ୍ବଲପୁର, ବ୍ରଜରାଜନଗର ଓ ଝାରସୁଗୁଡାରେ ଶ୍ରୀ ମାଝୀଙ୍କ ଘର ସମେତ ତାଙ୍କ ଶଶୁର ଘର ଓ ପୈତୃକ ଘର ସମ୍ବଲପୁର ଠାରେ ଏକକାଳୀନ ରେଡ୍ କରି ନଗଦ କିଛି ଟଙ୍କା ଓ କାଗଜପତ୍ର ଜବତ କରିବାସହ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here