ଟିଟିଲାଗଡ଼ ଓକିଲ ସଂଘ ନିର୍ବାଚନ ସଞ୍ଜୟ ସଭାପତି,ମହେଶ ସମ୍ପାଦକ

0
31

ଟିଟିଲାଗଡ଼,୩୦.୦୩.୨୦୨୫(ଜେ.ଏନ୍.ଏସ୍.), ଚଳିତ ବର୍ଷ ପାଇଁ ଟିଟିଲାଗଡ଼ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଟ ଆଇନଜୀବୀ କିଶୋର ଚନ୍ଦ୍ର ପଣ୍ଡା ନିର୍ବାଚନ ପରିଚାଳନା କରିଥିଲେ । ଚଳିତ ଥର ପୁଣି ସଞ୍ଜୟ ବେହେରା ସଭାପତି ଓ ମହେଶ ମହାନ୍ତି ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ବେଳେ ପ୍ରିତମ ପଣ୍ଡା ଉପସଭାପତି, ମକରଧ୍ଵଜ ବାଗ ଯୁଗ୍ମ ସମ୍ପାଦକ, ପୃଥ୍ୱୀରାଜ ସିଂ କୋଷାଧକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଅରବିନ୍ଦ ମେହେତୋ, ଆଲୋକ ନାୟକ, କମ୍ବୁପାଣୀ ପାଢ଼ୀ, ଦେବେନ୍ଦ୍ର ମିଶ୍ର, ରଘୁନାଥ ରଥ, କାଳି ପ୍ରସାଦ ମୁଖାର୍ଜୀ, ମୋହନ ଲାଲ ଜୈନ, ପ୍ରଦୀପ ମହାନ୍ତି, ପ୍ରିତମ ନାଗ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here