ସଇଁତଳାରେ ଡେଙ୍ଗୁ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ : ପରିମଳ ଅବ୍ୟବସ୍ଥା ଦେଖି ଅଧିକାରୀଙ୍କୁ କଲେ ତାଗିଦ୍

0
85

ବାଲାଙ୍ଗିର,୦୬/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଲା ସହରରେ ଡେଙ୍ଗୁ ଆତଙ୍କ ଦେଖା ଦେଇଛି । ଜଣେ ସରପଞ୍ଚଙ୍କ ସମେତ ୨୫ ରୁ ଉର୍ଦ୍ଧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ବେଳେ ଡେଙ୍ଗୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଛି । ଡେଙ୍ଗୁ ଆତଙ୍କ ଖବର ପାଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସଇଁତଳା ଗସ୍ତରେ ଯାଇ ସ୍ଥିତି ପରଖିଛନ୍ତି ।

ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ସହ ବିଭିନ୍ନ ସାହି ବୁଲି ପରିମଳ ବ୍ୟବସ୍ଥା ଠିକ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଏପରିକି ଆବଶ୍ୟକ ହେଲେ ଟିଟିଲାଗଡ଼ ପୌର ପରିଷଦ ସଫେଇ କର୍ମଚାରୀଙ୍କ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏଥିସହ ଡେଙ୍ଗୁ ଆକ୍ରାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତର ଖାନାକୁ ଯାଇ ଦେଖାକରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଡେଙ୍ଗୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜନସଚେତନା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ଜୈନ ନିର୍ଦ୍ଦେଶ ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here