ଟିଟିଲାଗଡ,୦୬/୦୮(ଜେଏନଏସ),ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରେ ବୁଧବାର ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ଙ୍କ ଅଧ୍ୟକ୍ଷତା ରେ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ବୈଠକରେ ୪ ଟି ପ୍ରସ୍ତାବ ପାରିତ ହୋଇଛି।ପାରିତ ପ୍ରସ୍ତାବ ଗୁଡିକ ମଧ୍ୟରେ ସହରର ପୁରୁଣା ବ୍ୟାଙ୍କ ଛକ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ,ଟିଟିଲାଗଡ ର ଐତିହ୍ୟ ସମ୍ପନ୍ନ ମହାଶିବରାତ୍ରି ମେଳା ପୂର୍ବରୁ ଆମବନ୍ଧ ପଡ଼ା ଠାରେ ଜବର ଦଖଲ ଉଚ୍ଛେଦ ସହ ସ୍ମାର୍ଟ ପାର୍କ ନିର୍ମାଣ, ସୋନ୍ଦର୍ଯ୍ୟ କରଣ, ରାଜକନ୍ଵର ପାର୍କ ସମ୍ମୁଖରେ ଥିବା କଲ୍ୟାଣ ମଣ୍ଡପକୁ ଭାଙ୍ଗି ନୂତନ କୋଠା ନିର୍ମାଣ ଏବଂ ରେଳ ଷ୍ଟେସନ ନିକଟ ରାସ୍ତା ପ୍ରଶସ୍ତିକରଣ ପାଇଁ ତିନ ଫୁଟ ଜାଗା ଦେବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଛି।ବୈଠକରେ ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ,ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ ଙ୍କ ସହ ସମସ୍ତ କାଉନସିଲର ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ।