ଟିଟିଲାଗଡ଼ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

0
98

ଟିଟିଲାଗଡ଼,୨୪/୦୯,(ଜେଏନଏସ), ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନା ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ଅଧ୍ୟକ୍ଷ ତଥା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ବୈଠକରେ ସମିତି ଆବାହକ ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଦୀପ ନାୟକ, ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତାଦେବୀ ଜୈନ, ଉପଜିଲ୍ଲାପାଳ ରେହାନ ଖତ୍ରୀ, ବିଡ଼ିଓ ସୁଶାନ୍ତ ରଣା, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ସମିତି ସଦସ୍ୟ କେ. ଭୁବନେଶ୍ୱର ରାଓ, ରଞ୍ଜୁ ରାୟମନ, ସୁଦାମ ମହାରଣା, ଅଙ୍କୁର ଅଗ୍ରୱାଲ, ଡ଼ା ବିଜୁ ଅଗ୍ରୱାଲ, ଡ଼ା. ଓମକାର ହୋତା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବିଧାୟକ ଶ୍ରୀ ଜୈନ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ସହ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନକୁ ଗୁରୁତ୍ଵ ଦେଇଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ରୋଗୀ କଲ୍ୟାଣ ସମିତିକୁ ଆସୁଥିବା ପାଣ୍ଠିର ସଦବିନିଯୋଗ, ନୂତନ ଡାକ୍ତରଖାନା ରାସ୍ତାରେ ଆଲୋକିକରଣ, ଡାକ୍ତରଖାନାରେ ୨୪ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଗୁଣବତ୍ତା ଉତ୍କୃଷ୍ଟ ରଖିବା, ଆହାର କେନ୍ଦ୍ରରୁ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ପରିବର୍ତ୍ତେ ନିୟମ ଅନୁଯାୟୀ ସୁଷମ ଖାଦ୍ୟ ଯୋଗାଇବା, ଡାକ୍ତର ଏବଂ କର୍ମଚାରୀଙ୍କ ଉପସ୍ଥାନ ନେଇ ବାୟୋମେଟ୍ରିକ ପଦ୍ଧତି ଆପଣାଇବା ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଗୃହୀତ ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ଜୈନ ଉଲ୍ଲେଖ କରିଥିଲେ । 

LEAVE A REPLY

Please enter your comment!
Please enter your name here