ଦୁର୍ଘଟଣା ନୁହେଁ ଷଡ଼ଯନ୍ତ୍ର,ମାଷ୍ଟର ମାଇଣ୍ଡ ଗିରଫ

ଟିଟିଲାଗଡ,୦୭/୧୦(ଜେଏନଏସ),ଟିଟିଲାଗଡ ସହରର ଏକ ହୋଟେଲ ମାଲିକ ଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ରେ ପୁଲିସ ଅଙ୍କୁର ଅଗ୍ରୱାଲ(୩୭) ନାମକ ଯୁବ ବ୍ୟବସାୟୀ କୁ ଗିରଫ କରିଛି।ସୂଚନା ଅନୁଯାୟୀ ସହରର ରେଳ ଷ୍ଟେସନ ସମ୍ମୁଖରେ ଥିବା ହୋଟେଲ ସନ୍ ଭ୍ୟୁ ମାଲିକ ଶିବ ଦୟାଲ ଜୈନ ଗତ ୨୮ ତାରିଖ ରାତି ନିଜ ଜୈନ ପଡ଼ା ସ୍ଥିତ ବାସ ଭବନ କୁ ଫେରୁଥିବା ଫେରୁଥିବା ସମୟରେ ରେ ଏକ ଅଜଣା ନମ୍ବର ବିହୀନ ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା।ଘଟଣା ରେ ଶ୍ରୀ ଜୈନ ଗୁରୁତର ହୋଇଥିଲେ ମଧ୍ୟ ଅଳ୍ପକେ ବଞ୍ଚି ଯାଇଥିଲେ।ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ନେଇ ଶ୍ରୀ ଜୈନ ଟିଟିଲାଗଡ ଥାନାରେ ଅଭିଯୋଗ କରିବାସହ ଘଟଣା ର ତଦନ୍ତ ଦାବୀ କରିଥିଲେ।ତେବେ ଟିଟିଲାଗଡ ପୁଲିସ ମାମଲା କୁ ହାଲୁକା ଭାବରେ ଗ୍ରହଣ କରିଥିବା ଦେଖି ସେ ଘଟଣା କୁ ନେଇ ବଲାଙ୍ଗୀର ଏସ ପି ଶ୍ରୀ ଅଭିଳାଷ ଜୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏସ ପି ଙ୍କ ହସ୍ତକ୍ଷେପ ପରେ ପୁଲିସ ତଦନ୍ତ ରେ ତତ୍ପରତା ପ୍ରକାଶ ପାଇଥିଲା।ଏକ ସାଧାରଣ ଦୁର୍ଘଟଣା ପରି ମନେହେଉଥିବା ଏହି ଘଟଣା ଏକ ସୁପରିକଳ୍ପିତ ହତ୍ୟା ଷଡ଼ଯନ୍ତ୍ର ଥିବା ଏବଂ ଏହାର ମାଷ୍ଟର ମାଇଣ୍ଡ ଅଙ୍କୁର ଅଗ୍ରୱାଲ ଥିବା ଜଣାପଡିଥିଲା।ସୋମବାର ବିଳମ୍ବିତ ରାତିରେ ପୁଲିସ ଅଭିଯୁକ୍ତ ଅଙ୍କୁର ଙ୍କୁ ତାଙ୍କ ନୀଳଚକ୍ର ନଗର ସ୍ଥିତ ବାସ ଭବନରୁ ଉଠାଇ ଟିଟିଲାଗଡ ଥାନା କୁ ଆଣିଥିବା ବେଳେ ମଙ୍ଗଳବାର ତାଙ୍କୁ ସଇଁତଳା ଥାନା କୁ ନେଇ ଜେରା କରିଥିଲା।ଟିଟିଲାଗଡ ଥାନା କେସ ନଂ ୩୪୭/୨୬/୯/୨୫ ଭାରତୀୟ ନ୍ୟାୟ ସଂହିତା ୧୦୯ ଅନ୍ତର୍ଗତ ପୁଲିସ ହତ୍ୟା ଷଡ଼ଯନ୍ତ୍ର ଓ ବ୍ଲାକମେଲିଂ ଆଦି ଦଫାରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଛି।ଅପରପକ୍ଷରେ ଅଙ୍କୁର ଅଗ୍ରୱାଲ ସ୍ଥାନୀୟ ବିଧାୟକ ଙ୍କ ପାଖଲୋକ ଥିବା ସହ ଟିଟିଲାଗଡ ବଣିକ ସଂଘ ର କୋଷାଧ୍ୟକ୍ଷ ଓ ଜଣେ ଆଗଧାଡ଼ି ର ଠିକାଦାର ଭାବରେ ବେଶ ପ୍ରଭାବଶାଳୀ ଥିଲେ।ତେବେ ଶିବ ଦୟାଲ ଙ୍କ ସହ ତାଙ୍କ କଣ ଶତ୍ରୁତା ଥିଲା ଓ ଏତେ ବଡ ଷଡ଼ଯନ୍ତ୍ର ରଚିବା ର ପ୍ରକୃତ କାରଣ କଣ ?ଘଟଣା ରେ ବ୍ୟବହୃତ ନମ୍ବର ବିହୀନ ଗାଡ଼ି ଓ ତାର ଚାଳକ କିଏ ? ଏସବୁ ପ୍ରଶ୍ନ ଏବେ ମଧ୍ୟ ରହସ୍ୟ ଘେର ରେ ରହିଛି।ସାଧାରଣତଃ ବିଭିନ୍ନ ଛୋଟ ଛୋଟ ଘଟଣାରେ ଟିଟିଲାଗଡ ପୁଲିସ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ନିଜ ଶ୍ରେୟ ନେଉଥିବା ନେଇ ନଜିର ରହିଥିବା ବେଳେ ସଂପୃକ୍ତ ଘଟଣାରେ ତଦନ୍ତ ଆଳରେ ପୁଲିସ ନିଜ ମୁଁହ ବନ୍ଦ ରଖିଥିବା ଦେଖିବାକୁ ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles