ଚାଷ ଜମି ରୁ ବେଆଇନ ବିସ୍ପୋରକ ଜବତ ୧ ଗିରଫ

ଟିଟିଲାଗଡ,୧୧/୨(ଜେଏନଏସ),ଟିଟିଲାଗଡ ଥାନା ଅନ୍ତର୍ଗତ ବାଙ୍କେଲ ପଞ୍ଚାୟତ ର ରଣାବନ୍ଧ ଗ୍ରାମରୁ ପୁଲିସ ବେଆଇନ ବିସ୍ପୋରକ ଜବତ କରିବା ସହ ଘଟଣା ରେ ସଂପୃକ୍ତ ଅଭିଯୁକ୍ତ କୁ ଗିରଫ କରିଛି।ସୂଚନା ଅନୁଯାୟୀ ରଣାବନ୍ଧ ଗ୍ରାମ ର ବୃଷଭ ବେହେରା (୪୫) ନିଜ ଚାଷଜମି ରେ ଥିବା ବେଆଇନ ପଥରକ୍ୱାରୀ ପାଇଁ ବିସ୍ପୋରକ ସାମଗ୍ରୀ ଲୁକ୍କାୟିତ ଭାବରେ ଗଚ୍ଛିତ ରଖିଥିବା ପୁଲିସ କୁ ସୂଚନା ମିଳିଥିଲା।ସୂଚନା ପାଇ ଟିଟିଲାଗଡ ପୁଲିସ ଏସ ଆଇ ତାରାବତି କିଷାନ ଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳ ରେ ଚଢାଉ କରି ୩ କେଜି ଏମୋନିଆ ନାଇଟ୍ରେଟ, ୧୧ ଗୋଟି ଜିଲେଟିନ ଷ୍ଟିକ, ଡିଟୋନେଟର,ଟ୍ରାକ୍ଟର ସହ ସଂଯୁକ୍ତ କମ୍ପ୍ରେସର ଏବଂ ଅନ୍ୟାନ୍ୟ ବିସ୍ପୋରକ ସାମଗ୍ରୀ ଜବତ ସହ ଅଭିଯୁକ୍ତ କୁ ଗିରଫ କରିଛି।ଘଟଣା କୁ ନେଇ ଟିଟିଲାଗଡ ଥାନା କେସ ନଂ ୪୬/୨୬,ବିସ୍ପୋରକ ପଦାର୍ଥ ଆଇନ ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆହୁତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଥାନା ଅଧିକାରୀ ମନୋଜ ମୁଣ୍ଡା ସୂଚନା ଦେଇଛନ୍ତି।ପ୍ରକାଶ ଯୋଗ୍ୟ ଯେ ନିଷିଦ୍ଧ ଥିବା ବେଆଇନ ବିସ୍ପୋରକ ସାମଗ୍ରୀ କଳା କାରବାର ର ପେଣ୍ଠସ୍ଥଳୀ ଟିଟିଲାଗଡ ସହର ପାଲଟିଥିବା ଏବଂ କିଛି ମୁଷ୍ଟିମୟ ବ୍ୟକ୍ତି ଏହି କାରବାର କୁ ଅନାୟସ ରେ ଚଳାଉଥିବା ଅଭିଯୋଗ ହୋଇଛି।ଏପରିକି ଜଣେ ମୃତ ବ୍ୟବସାୟୀ ଙ୍କ ନାମରେ ଥିବା ବିସ୍ପୋରକ ସଂରକ୍ଷିତ ଗୋଦାମ ଗୁଲମୀ ଠାରେ ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles