ଟିଟିଲାଗଡ଼ ପୁଲିସକୁ ସଫଳତା ଜୁଆ ଆଡ୍ଡାରେ ଚଢ଼ାଉ ୯ ଜୁଆରି ଗିରଫ

0
46

ଟିଟିଲାଗଡ଼,୦୭/୦୧/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ସହର ଉପକଣ୍ଠରେ କ୍ରମାଗତ ଭାବେ ଜୁଆଖେଳର ଆସର ଜମୁଥୁବା ଗଣମାଧ୍ୟମରେ ଖବର ପ୍ରସାରଣ ହୋଇ ସ୍ଥାନୀୟ ପୁଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଖବର ପ୍ରସାରଣ ପରେ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଘଟଣାକୁ ଗୁରୁତ୍ଵ ଦେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ ଜାରି ରଖିଥିଲେ । ଟିଟିଲାଗଡ଼ ସହରକୁ ଲାଗି ରହିଥିବା କୁମୁଡ଼ା ଗ୍ରାମ କୁମୁଡ଼ା ପାହାଡ଼ ପଛ ପଟେ ଥିବ ଜୁଆ ଆଡ୍ଡା ଉପରେ ବିଲମ୍ବିତ ରାତ୍ରିରେ ଟିଟିଲାଗଡ଼ ପୋଲିସ ଚଢ଼ାଉ କରିବା ସହ ଜୁଆ ଖେଳରେ ମାତିଥିବା ୯ ଜଣ ଜୁଆରୀଙ୍କୁ କାବୁ କରିଥିଲା । ସେମାନଙ୍କ ପାଖରୁ ନଗଦ ୮୨ ହଜାର ୫ ଶହ ଟଙ୍କା, ୬ ପ୍ୟାକେଟ ତାସ, ୬ ଗୋଟି ମୋବାଇଲ ଫୋନ, ୨ ଟି ବାଇକ ସହ ବିଦ୍ୟୁତ ତାର, ବଲବ ଆଦି ଜବତ କରିଛି । ଗିରଫ ଜୁଆରିଙ୍କ ମଧ୍ୟରେ ବାନାମ୍ବର ଠେଲା, ଚନ୍ଦ୍ର ଶେଖର ତାଣ୍ଡି, ଦେବେନ୍ଦ୍ର ହେର୍ଣା, ଖୁସିରାମ ସାହୁ, ହିମାଂଶୁ ନାୟକ, ସୁରଜ ବଗର୍ତ୍ତି, ଭୁବନେଶ୍ୱର ସାହୁ, ଅନାଦି ସୁନା, ଦନାର୍ଦନ ଖର୍ସେଲ ରହିଥିବା ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here