ଟିଟିଲାଗଡ଼ ରଥଯାତ୍ରା ସମନ୍ୱୟ କମିଟି ର ପ୍ରସ୍ତୁତି ବୈଠକ

0
51

ଟିଟିଲାଗଡ଼,୦୯/୦୬/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ରଥଯାତ୍ରା ସମନ୍ଵୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା  ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଓ ଶ୍ରୀ ଶ୍ରୀ ଧବଳେଶ୍ଵର ମହାଦେବ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ରେହାନ ଖତ୍ରୀଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ବିଧାୟକ ନବୀନ ଜୈନ, ପୌରଧ୍ୟକ୍ଷା ମମତା ଦେବୀ ଜୈନ, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡଙ୍ଗୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଯୋଷବନ୍ତ ନାରାୟଣ ପ୍ରଧାନୀ, ଟ୍ରଷ୍ଟି ଭବାନୀ ହୋତା ଏବଂ ସଂଜୀବ ପାଢୀ ପ୍ରମୁଖ ମଞ୍ଚାସିନ ଥିଲେ । ଚଳିତ ବର୍ଷ ରଥଯାତ୍ରା ସମସ୍ତ ନୀତିକାନ୍ତି ସହ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବା ନେଇ ବିଶଦ ଆଲୋଚନା ହୋଇଥିଲା । ଶ୍ରୀ ଜଗନ୍ନାଥ ମନ୍ଦିର ଓ ମାଉସୀମା ମନ୍ଦିରରେ ଆବଶ୍ୟକ ଆନୁସଙ୍ଗିକ କାର୍ଯ୍ୟ କରାଯିବା ସହ ସହରରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା ଆଦି ପ୍ରମୁଖ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ମାଉସୀ ମା ମନ୍ଦିର ପରିସରରେ ଥିବା ବିଭିନ୍ନ ଦୋକାନ ଗୃହକୁ ଅତି ଶୀଘ୍ର ଉଚ୍ଛେଦ କରାଯାଇ ଏକ ଭବ୍ୟ ମାଉସୀ ମା ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆୟୋଜିତ ବୈଠକରେ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି, ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here