ବଲାଙ୍ଗିର ଲୋକସଭା ସାଂସଦଙ୍କ ଟିଟିଲାଗଡ଼ ପ୍ରତିନିଧି ନିଯୁକ୍ତ

0
77

ଟିଟିଲାଗଡ଼,୧୬/୦୭ (ଜେଏନ୍ଏସ୍), ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ଟିଟିଲାଗଡ଼ ପୌର ପରିଷଦ ପାଇଁ ତାଙ୍କ ପ୍ରତିନିଧି ଭାବରେ ସ୍ଥାନୀୟ ବିଜେପି ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରିଛନ୍ତି । ଟିଟିଲାଗଡ଼ ପୌରପରିଷଦ ସହ ତାଙ୍କୁ ଦେଵୋତ୍ତର ଟ୍ରଷ୍ଟ ବୋର୍ଡ ପାଇଁ ମଧ୍ୟ ପ୍ରତିନିଧି ଭାବରେ ସାଂସଦ ନିଯୁକ୍ତ କରିଛନ୍ତି ।ନିଯୁକ୍ତ ହେବାପରେ ଶ୍ରୀ ଷଡ଼ଙ୍ଗୀ ସାଂସଦ ଶ୍ରୀମତି ସିଂ ଦେଓ ଏବଂ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେଇ କାମ କରିବାକୁ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ସାଂସଦଙ୍କ ପ୍ରତିନିଧି ଭାବରେ ନିଯୁକ୍ତ ହେବାପରେ ସ୍ଥାନୀୟ ବିଜେପି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରୀ ଷଡ଼ଙ୍ଗୀଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି । 

LEAVE A REPLY

Please enter your comment!
Please enter your name here