ଅବ୍ୟବସ୍ଥା ଘେରରେ ଟିଟିଲାଗଡ ସରକାରୀ ଡାକ୍ତରଖାନା ନାଇଟ ଡ୍ୟୁଟି ରେ ଶୋଉଛନ୍ତି ନର୍ସ,ରୋଗୀ ହନ୍ତସନ୍ତ

ଟିଟିଲାଗଡ,୨୩/୨(ଜେଏନଏସ),ଟିଟିଲାଗଡ ଉପଖଣ୍ଡ ସରକାରୀ ଡାକ୍ତରଖାନା ବିଭିନ୍ନ ଅବ୍ୟବସ୍ଥା କୁ ନେଇ ନିୟମିତ ଅନ୍ତରାଳେ ଚର୍ଚ୍ଚା ରେ ରହି ଆସିଛି।ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କ ପ୍ରଶାସନିକ ଅବହେଳା ଯୋଗୁଁ ରୋଗୀ ସେବା ରେ ଦିନକୁ ଦିନ ବ୍ୟାଘାତ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।ରାତି ଡ୍ୟୁଟି ରେ ଥିବା ମହିଳା ଓ ପୁରୁଷ ସେବିକା ରୋଗୀ ସେବା ବଦଳରେ ଅଫିସ ପ୍ରକୋଷ୍ଠ ରେ ଲାଇଟ ବନ୍ଦ କରି ଆରାମ ରେ ଶୋଇ ପଡୁଥିବା ଭଳି ଉଦବେଗ ଜନକ ଘଟଣା ସାମ୍ନା କୁ ଆସିଛି।ସୂଚନା ଅନୁଯାୟୀ ଗତ ରାତି ରେ ଚିକିତ୍ସାଧୀନ ଜଣେ ରୋଗୀ ଙ୍କୁ ରାତି ୧୧ ଘଣ୍ଟା ୩୦ ମିନିଟ ସମୟରେ ସାଲାଇନ ବଦଳାଇବାକୁ ଡାକ୍ତରଖାନା ପରିସରରେ ଥିବା ଷ୍ଟାଫ ନର୍ସ ଙ୍କ ପ୍ରକୋଷ୍ଠ କୁ ଡାକିବାକୁ ଯାଇଥିବା ବେଳେ ନାଇଟ ଡ୍ୟୁଟି ରେ ଥିବା କର୍ମଚାରୀ ଉକ୍ତ ପ୍ରକୋଷ୍ଠ ର ଲାଇଟ ଅଫ କରି ଆରାମ ରେ ଶୋଇଥିବା ଦେଖିବାକୁ ମିଳିଥିଲା।ସଂପୃକ୍ତ ବ୍ୟକ୍ତି ଏହାର ଭିଡିଓ ଉତ୍ତୋଳନ କରିବା ସହ ସେମାନଙ୍କୁ ତାଗିଦ କଲାପରେ ସ୍ଥିତି ସ୍ଵାଭାବିକ ହୋଇଥିଲା।ତେବେ ଏହି ଭିଡିଓ ଟି ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ପ୍ରଶାସନିକ ଅବହେଳା ପଦାରେ ପଡ଼ିଛି।ପ୍ରକାଶ ଯୋଗ୍ୟ ଯେ କିଛିଦିନ ପୂର୍ବରୁ ନୂତନ ଏମ ସି ଏଚ ରେ ଚିକିତ୍ସାଧୀନ ରୋଗୀ ଙ୍କୁ ସୁଷମ ଖାଦ୍ୟ ଦେବା ବଦଳରେ ଦିନ ଦିନ ଧରି ଭୋକରେ ରଖାଯାଉଥିବା ନେଇ ଖୋଦ୍ ଚିକିତ୍ସାଧୀନ ଜଣେ ରୋଗୀ ବିଧାୟକ ନବୀନ ଜୈନ ଙ୍କୁ ଫୋନ୍ ଯୋଗେ ଅବଗତ କରିଥିଲେ। ବିଧାୟକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଏପରି ଅଭିଯୋଗ ପାଇ ସଙ୍ଗେ ସଙ୍ଗେ ଡାକ୍ତରଖାନା କୁ ଆସି ନିଜ ଆଖିରେ ଅବ୍ୟବସ୍ଥା ଦେଖି କର୍ତ୍ତୃପକ୍ଷ ଙ୍କୁ ତାଗିଦ କରିଥିଲେ।ତେବେ ଘଟଣା କୁ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଏହି ଅଭିଯୋଗ ତାଙ୍କ ଦୃଷ୍ଟି କୁ ଆସିଥିବା ଏବଂ ସଂପୃକ୍ତ କର୍ମଚାରୀ ଙ୍କୁ ଲିଖିତ ଆକାରରେ କୈଫତ ମଗାଯାଇଥିବା ନେଇ ସୂଚନା ଦେଇଛନ୍ତି।ଘଟଣା କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ସଂପୃକ୍ତ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles