୪୬ ଡିଗ୍ରୀରେ ପହଞ୍ଚିଲା ଟିଟିଲାଗଡ଼ର ପାରଦ

0
89

ଟିଟିଲାଗଡ଼,୨୯/୫ (ଜେଏନ୍ଏସ୍), ରାଜ୍ୟର ଉତ୍ତପ୍ତ ସହର ତଥା ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ର ପାରଦ ବୃଦ୍ଧି ପାଇ ଆଜି ୪୬ ଡିଗ୍ରୀରେ ପହଞ୍ଚିଛି । ଗୁରୁବାର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବରେ ଟିଟିଲାଗଡ଼ ପୁଣି ନିଜ ସ୍ଥାନ ବଜାୟ ରଖିଛି । ଅସହ୍ୟ ତାତି ଓ ଗରମ ଝାଞ୍ଜି ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ ୮ଟା ରୁ ଝାଞ୍ଜିପବନ ପ୍ରବାହ ଯୋଗୁଁ ଦିନ ୧୦ଟା ପରେ ସହରରେ ଅଘୋଷିତ କର୍ଫ୍ୟୁ ଦେଖିବାକୁ ମିଳୁଛି । ଲୋକେ ସ୍ଵତଃପ୍ରୋତଃ ଭାବେ ଅତି ଜରୁରୀ କାମ ନ ଥିଲେ ଘରୁ ବାହାରୁ ନ ଥିବାବେଳେ ଏଥିଯୋଗୁଁ ସ୍ଥାନୀୟ ବେପାର ବଣିଜ ମଧ୍ୟ ପ୍ରଭାବିତ ହୋଇଛି । ପ୍ରବଳ ଗରମ ଯୋଗୁଁ ଏସି ମଧ୍ୟ କାମ କରୁ ନଥିବା ଦେଖାଯାଇଛି । ଭୌଗଳିକ ଦୃଷ୍ଟିକୋଣରୁ ଟିଟିଲାଗଡ଼ ସହରକୁ ଲଣ୍ଡାପାହାଡ଼ ଘେରି ରହିଥିବା ଏବଂ ଏହାର ବିକିରଣ ଯୋଗୁଁ ରାତିରେ ମଧ୍ୟ ସହରରେ ଗରମ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ସହରର ତାପମାତ୍ରା ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ଭାବରେ ଦେଖାଦେଇଥିବା ବେଳେ ଏଥିପାଇଁ ସହରର ଚତୁଃପାର୍ଶ୍ୱରେ ବ୍ୟାପକ ବନୀକରଣର ଆବଶ୍ୟକତା ଥିବା ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here