ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ

0
33

ଟିଟିଲାଗଡ଼,୦୯/୦୩/୨୦୨୫,(ଜେଏନ୍ଏସ୍) : ରାଜ୍ୟ ସରକାର ରାଜ୍ୟରେ ବେଆଇନ ଭାବରେ ଖଣି ଖନନ ଓ ପରିବହନ ରୋକିବାକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଜାରି କରିବା ପରେ ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେରେ ଟିଟିଲାଗଡ଼ ପୁଲିସ ନାରେନ୍ ବାଲିଘାଟରୁ ବେଆଇନ ବାଲି ଚାଲାଣ କରୁଥିବା ୪ଟି ବାଲି ବୋଝେଇ ଟ୍ରାକ୍ଟର ଓ ଚାଳକକୁ ଗରିଫ କରିବା ସହ ଏକ ମାମଲା ରୁଜୁ କରିଛି ।ଆଗାମୀ ଦିନରେ ଚେକିଂକୁ କଡ଼ାକଡ଼ି କରାଯିବା ନେଇ ଥାନା ଅଧିକାରୀ କଲ୍ୟାଣୀ ବେହେରା ପ୍ରକାଶ କରିଛନ୍ତି ।ସେହିପରି ଅନୁରୂପ ଭାବରେ ବଙ୍ଗୋମୁଣ୍ଡା, ସିନ୍ଧେକେଲା ଓ ସଇଁତଳା ପୁଲିସ ମଧ୍ୟ ଟ୍ରାକ୍ଟର ଜବତ କରିଥିବା ସୂଚନା ମିଳିଛି। ଜବତ ଗାଡ଼ି ଉପରେ ଏନ୍. ଜି. ଟି. ନିୟମ ଅନୁଯାୟୀ ଜୋରିବାନା ଆଦାୟ କରାଯିବାକୁ ଜିଲ୍ଲା ଖଣି ଅଧିକାରୀ ଚନ୍ଦ୍ରଚୁଡ଼ ମହନ୍ତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here