ସାମ୍ବିଧାନିକ ଓ ମାନବିକ ଅଧିକାର ତାଲିମ ଶିବିର

0
8

ଟିଟିଲାଗଡ(ଜେଏନଏସ),ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଶୁକ୍ରବାର ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ଆକ୍ସନଏଡ ଓ ଜନଜାଗରଣ ଦାଦନ ସଂଘ ପକ୍ଷରୁ ସାମ୍ବିଧାନିକ ଓ ମାନବିକ ଅଧିକାର ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟାପିକା ସ୍ଵର୍ଣ୍ଣମୟୀ ତ୍ରିପାଠୀ ମୁଖ୍ୟଅତିଥି,ବ୍ରହ୍ମପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟାପକ ବିଜୟ କୁମାର ବହିଦାର ଓ ବଲାଙ୍ଗୀର ସିଡବ୍ଲୁସି ଅଧ୍ୟକ୍ଷ ସଞ୍ଜୟ ମିଶ୍ର ସମ୍ମାନିତ ଭାବରେ ଯୋଗଦେଇ ଉପସ୍ଥିତ ମାନବ ଅଧିକାର କର୍ମୀ ଙ୍କୁ ତାଲିମ ପ୍ରଦାନ କରିଥିଲେ।ଏକ୍ସନଏଡ୍ ର କେନ୍ଦ୍ରୀୟ ସଂଯୋଜକ ମୁରଲୀ ଚରଣ ଦାସ ସଭା ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ଟିଟିଲାଗଡ ଓ ମୁରିବାହାଲ ବ୍ଲକ ଅନ୍ତର୍ଗତ ୮ ଟି ପଞ୍ଚାୟତ ର ମାନବ ଅଧିକାର କର୍ମୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ।ଅନୁଷ୍ଠାନ ର ଭୁପେନ୍ଦ୍ର ରଣା,ସଞ୍ଜୀବ ରଣା,ଜ୍ୟୋତିର୍ମୟୀ ଦହଲ, ସୁଚିସ୍ମିତା ପୁରୋହିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here