ମାଁ ମାଟି ସେବା ସମିତି ପକ୍ଷରୁ ବୃକ୍ଷରୋପଣ

0
25

ଟିଟିଲାଗଡ଼,୧୨/୦୭/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ଏସ୍.ସି.ଡ଼ି. ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରରେ ମା’ ମାଟି ସେବା ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନ ସଭାପତି ଲକ୍ଷ୍ମୀ ବଗର୍ତ୍ତୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଓ ପୌରଅଧ୍ୟକ୍ଷା ମମତାଦେବୀ ଜୈନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଙ୍ଗଠନ କର୍ମକର୍ତ୍ତା ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ। ମୁଖ୍ୟଅତିଥି ଶ୍ରୀ ଜୈନ ପ୍ରଧାନମନ୍ତ୍ରୀ ମୋଦୀଙ୍କ “ଏକ ପେଡ ମା’ କେ ନାମ” ବାର୍ତ୍ତାକୁ ସାକାର କରିବାକୁ ସଙ୍ଗଠନ କର୍ମକର୍ତ୍ତାଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମେହେର, ଗୀତାଞ୍ଜଳି ଦାଶ, ଜୟନ୍ତୀ ପ୍ରଧାନ, ସନ୍ଧ୍ୟା ଶ୍ରୀବାସ୍ତବ, ଅଞ୍ଜଳି ବେହେରା, ଲକ୍ଷ୍ମୀ ଜାନି, ବବିତା ପାଲ, ସଂଗୀତା ଦାଶ, ନିତୁ ତ୍ରିପାଠୀ, ଝିଲି ବେହେରା, ପ୍ରଭାସିନୀ ସାହୁ, ଗୌରୀ ବେହେରା, ମାଳତୀ ସାହୁ, ସରୋଜିନୀ ଆଡ଼ଜୁଆଡ଼, ଶୋଭାଗିନୀ ପ୍ରଧାନ, ସବିତା ପର୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here