କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ

0
30

ସଇଁତଳା,୨୧/୦୭/୨୦୨୫(ଜେ.ଏନ୍.ଏସ୍.), କାର୍ଯ୍ୟରତ ସାମ୍ବାଦିକ ସଂଘ, ସଇଁତଳା ପକ୍ଷରୁ ଜାମପଦର ସ୍ଥିତ ପୁଲିସ କଲୋନୀ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସମ୍ପାଦକ ପ୍ରମୋଦ ସେଲମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବନାଞ୍ଚଳ ଅଧିକାରୀ ସାଗର ରାଜ ନାୟକ, ଥାନା ଅଧିକାରୀ ସୁଶାନ୍ତ ବଢ଼େଇ, ସମାଜସେବୀ ମଦନଲାଲ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ଉପାଦୟେତା ସମ୍ଵନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ସାମ୍ବାଦିକ ସୁଶାନ୍ତ ମେହେର, ରାଖାଲ ଶତପଥି, ଚନ୍ଦ୍ରଭାନୁ ପ୍ରଧାନ, ରଞ୍ଜନ ବାଗ, ଲଷ୍ମୀକାନ୍ତ ସାହୁ, ଅଶ୍ୱନୀ ସାହୁ ଏବଂ ଖବରକାଗଜ ବିକ୍ରେତା ଅନି ରାଓ ପ୍ରମୁଖଙ୍କୁ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେରେ ଅନ୍ୟମାନଙ୍କ ମଧ୍ୟରେ ଏସ୍.ଆଇ. ଗୋଇଣ୍ଡି ଖାଁ, ଏ.ଏସ୍.ଆଇ. ଥବିର ମହାରଣା, ତ୍ରିଲୋଚନ ଭୂୟା, ମାଦ୍ରୀ ଛୁରା, ବନପାଳ ସମୀର ରଞ୍ଜନ ମହାପାତ୍ର, ରେବତୀ ଭାଟି, ଛୁମି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । 

LEAVE A REPLY

Please enter your comment!
Please enter your name here