ଟ୍ରୀ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
161

ଟିଟିଲାଗଡ଼,୨୩/୦୮(ଜେଏନ୍ଏସ୍): ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ‘ଟ୍ରୀ ଟ୍ରଷ୍ଟ’ ପକ୍ଷରୁ ଶୁକ୍ରବାର ଜାତୀୟ ରାଜପଥ ୫୯ ବେଲପଡ଼ା ଗ୍ରାମ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ବି.ଡେଭିଡଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ ମୁଖ୍ୟ ଅତିଥି, ପୂର୍ବତନ ଲାୟାଂସ କ୍ଳବ୍ ସଭାପତି ସନ୍ତୋଷ ମହାନ୍ତି ଓ ବନପାଳ ସୁରେନ୍ଦ୍ର ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ତାତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହରର ପରିବେଶ ସନ୍ତୁଳନ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ଥିବା ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଥିଲେ । ଅନୁଷ୍ଠାନ ପକ୍ଷରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ୫୦ ଟି ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜନସନ୍ ବିହାରୀ, ଆଶିଷ ବାଗ ପ୍ରମୁଖଙ୍କ ସହ ଟ୍ରଷ୍ଟ  ସଦସ୍ୟ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here