ଖୋଲାଣ ଆଦିବାସୀ ଭବନ ଉଦଘାଟିତ

0
23

ଟିଟିଲାଗଡ଼,୧୬/୦୬/୨୦୨୫(ଜେ.ଏନ୍.ଏସ୍.),ରବିବାର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଟିଟିଲାଗଡ଼ ଗସ୍ତରେ ଆସି ଖୋଲାଣ ଠାରେ ନବନିର୍ମିତ ଆଦିବାସୀ ଭବନର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ  ନରେଶ ଅଗ୍ରୱାଲଙ୍କ ନେତୃତ୍ୱରେ ସାଂସଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମେ ସାଂସଦଙ୍କୁ ଏକ ବାଇକ ଶୋଭାଯାତ୍ରାରେ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ସେଠାରୁ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ, ଅସ୍ତ୍ରଶସ୍ତ୍ର, ସହ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ସାଂସଦ ଶ୍ରୀ ବିଶି ନୂତନ ଆଦିବାସୀ ଭବନର ଉଦଘାଟନ କରିଥିଲେ ।ସେହିପରି ନାରେନ ଗ୍ରାମ ଆଦିଶକ୍ତି ପୀଠ ଠାରେ ଆଦିବାସୀ କଲ୍ୟାଣ ସଂଘ ଓ ଉତ୍କଳ କନ୍ଧ ସମାଜ ଲୁହା ପ୍ରଗଣା ପକ୍ଷରୁ ଆୟୋଜିତ ସାଙ୍ଗଠନିକ ସଭାରେ ସାଂସଦ ଶ୍ରୀ ବିଶି ମୁଖ୍ୟଅତିଥି ଭାବରେ ଯୋଗଦେଇ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ସମ୍ଵନ୍ଧରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ଜିଲା ସଂଗଠକ ଥବିର ପୁଝାରୀ, ବ୍ଲକ ସଂଘ ସଭାପତି ପଦ୍ମନ ପ୍ରଧାନୀ, ଦେବସିଂ ମାଝୀ, ଚୈତନ୍ୟ ମାଝୀ, ପୃଥ୍ୱୀରାଜ ମାଝୀ, କ୍ଷମାନିଧି ଭୂୟାଁ, ସନ୍ୟାସୀ ନାଏକ ପ୍ରମୁଖଙ୍କ ସହ ବହୁ ସଂଘ ସଦସ୍ୟ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here