ଟିଟିଲାଗଡ଼ରେ ଆରମ୍ଭ ହେଲା ଦୁଇ ଦିନିଆ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

0
104

ଟିଟିଲାଗଡ଼,୦୯/୦୮(ଜେଏନ୍ଏସ୍) : ରାଜସ୍ଥାନୀ ଫାଉଣ୍ଡେସନ ଓ ରୋଟାରି କ୍ଲବ ପକ୍ଷରୁ ସହରର ଡି ଏନ୍ ରିସୋର୍ଟ ପରିସରରେ ଆଜିଠୁ ଆରମ୍ଭ ହୋଇଛି ୨ ଦିନିଆ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର । ଏହି ଶିବିରରେ ବିକାଶ ମଲ୍ଟି ସ୍ପେଶାଲିଟି ହସପିଟାଲ ବରଗଡ଼, ସଂଜୀବନୀ କ୍ୟାନସର ହସପିଟାଲ ରାୟପୁର ଏବଂ କେୟାର ହସପିଟାଲ ବିଶାଖାପାଟଣାର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ରୋଗୀଙ୍କୁ ନିଶୁଳ୍କ ପରୀକ୍ଷଣ ସହ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଦୁଇଦିନ ଧରି ଏହା ସକାଳ ୯ ଟାରୁ ସନ୍ଧ୍ୟା  ୭ ଟା ପର୍ଯ୍ୟନ୍ତ  ଚାଲୁ ରହିବ । ଶିବିରରେ ୬ ହଜାର ରୋଗୀଙ୍କୁ ନିଶୁଳ୍କ ପରୀକ୍ଷଣ ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ  ଲକ୍ଷ୍ୟ ରଖାଯାଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଶିବିରରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ସମସ୍ତ ପ୍ରକାରର ରୋଗ ନିର୍ଦ୍ଧାରଣ, ପରୀକ୍ଷଣ ଓ ମାଗଣା ଔଷଧ ବିତରଣ କରାଯିବ । ଆବଶ୍ୟକ ସ୍ଥଳେ ଜରୁରୀ ଅସ୍ତ୍ରୋପଚାର ପାଇଁ  ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଅଞ୍ଚଳବାସୀ ଏହି ସୁଯୋଗର ଲାଭ ଉଠାଇବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି । 

LEAVE A REPLY

Please enter your comment!
Please enter your name here