ଦୁଇ ଚୋରି ବାଇକ ଉଦ୍ଧାର, ଜଣେ ଗିରଫ

0
40

ସଇଁତଳା,୨୧/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ପୁଲିସ ୨ଟି ଚୋରି ବାଇକ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ଜଣକ ସ୍ଥାନୀୟ ନୀଳଚକ୍ର ନଗର ଶୁକଦେବ ନାଗଙ୍କ ପୁଅ ଲକ୍କୀ ନାଗ ଓରଫ ଜାଗା ବୋଲି ପୁଲିସ ସୂଚନା ଦେଇଛି ।  ପ୍ରକାଶ ଯେ, ଗତ ୧୦ତାରିଖ ଦିନ ଟିଟିଲାଗଡ଼ ଥାନା ଅଧୀନସ୍ଥ କତରକେଲା ଗ୍ରାମର ଭୈରବ ଚରଣ କଟା ତାଙ୍କ ଘର ସମ୍ମୁଖରେ ବାଇକ ରଖିଥିବା ବେଳେ କେହି ଦୃର୍ବୁତ୍ତ ଚୋରି କରି ନେଇଥିବା ଶ୍ରୀ କଟା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ ରବିବାର ନୀଳଚକ୍ର ନଗରର ଶୁକଦେବ ନାଗଙ୍କ ଘର ଉପରେ ଚଡାଉ କରି ଦୁଇଟି ଚୋରି ବାଇକ ଉଦ୍ଧାର କରି ଘଟଣାରେ ସଂପୃକ୍ତ ଜଗାକୁ ଗିରଫ କରି ଥାନାକୁ ଆଣିଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here