ଯୁବକଙ୍କ ଅକାଳ ବିୟୋଗ

0
37

ଟିଟିଲାଗଡ଼,୨୨/୦୪/୨୦୨୫(ଜେଏନ୍ଏସ୍), ଟିଟିଲାଗଡ଼ ପଦ୍ମନାଭପୁର ସ୍ଥିତ ରମେଶ ସିଂ(୪୨) ଙ୍କ ଅକାଳ ବିୟୋଗ ଘଟିଛି । ସ୍ୱର୍ଗତ ସିଂ ପାକସ୍ଥଳୀ ଜନିତ ସମସ୍ୟା ଯୋଗୁଁ ପ୍ରଥମେ ଟିଟିଲାଗଡ଼ ଓ ପରେ ବିଶାଖା ପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନ ହେବା ଯୋଗୁଁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରୁଥିବା ବେଳେ ବିଶାଖାପାଟଣା ରେଳ ଷ୍ଟେସନ ଠାରେ ତାଙ୍କ ପରଲୋକ ଘଟିଥିଲା । ସେ ଜଣେ ଶାନ୍ତ ସରଳ ଓ ମେଳାପି ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସହରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here