ରାଜ୍ୟରେ ବିଜୁଳି ଉପଭୋକ୍ତା ଙ୍କୁ ଶୋଷଣ କରୁଛି ଟାଟା ପାୱାର,ଖୋଲା ବିତର୍କ ପାଇଁ ଉପଭୋକ୍ତା ମହାସଂଘ ର ଆହ୍ଵାନ

ଭୁବନେଶ୍ୱର,୧୫/୧(ଜେଏନଏସ), ରାଜ୍ୟରେ ବିଜୁଳି ଉପଭୋକ୍ତା ଙ୍କୁ ଟାଟା ପାୱାର ଶୋଷଣ କରୁଥିବା ଏବଂ ଶକ୍ତି ବିଭାଗ କମ୍ପାନୀ କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଛି ଉପଭୋକ୍ତା ମହାସଂଘ।ଏପରିକି ଟାଟା ପାୱାର ର ହରିଲୁଟ୍ ଓ ଅନିୟମିତତା କୁ ନେଇ ମହାସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋଲା ବିତର୍କ ପାଇଁ ଆହ୍ଵାନ କରାଯାଇଛି।ରାଜ୍ୟରେ ଦିନଦୟାଲ ଯୋଜନା, ରାଜୀବ ଜ୍ୟୋତି, ବିଜୁ ଜ୍ୟୋତି ଭଳି ବିଭିନ୍ନ ସରକାରୀ ଯୋଜନା ରେ ଟିପିଏନ୍ଓଡ଼ିଏଲ୍, ଟିପିଏସଓଡିଏଲ୍ ଓ ଟିପିଡବ୍ଲୁଓଡିଏଲ କମ୍ପାନୀ ପ୍ରାୟ ୩୦୦ କୋଟି ଟଙ୍କା ସାଧାରଣ ଲୋକଙ୍କ ଠାରୁ ହରିଲୁଟ କରିଥିବା ମହାସଂଘ ଅଭିଯୋଗ ଆଣିଛି।ଓ ଇ ଆର ସି ତିନୋଟି ଯାକ ବିତରଣ କମ୍ପାନୀ ସହ ଓପିଟିସିଲ୍ କୁ ସମୁଦାୟ କେତେ ମିଟର ଲଗାଯାଇଛି ସେ ନେଇ ତଥ୍ୟ ପ୍ରଦାନ କରିବା କୁ ତାଗିଦ କରିଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା ଦିଆଯାଇ ପାରିନାହିଁ। ଅପରପକ୍ଷରେ କୌଣସି ସମୀକ୍ଷା ନକରି ରାଜ୍ୟ ସରକାର ଟାଟା ପାୱାର କୁ ୭୩୫ କୋଟି ଟଙ୍କା ଦେବା ପାଇଁ ନିଷ୍ପତି ନେଇଛନ୍ତି। ଏହାଦ୍ବାରା ସାଧାରଣ ଲୋକଙ୍କ ଟିକସ ପଇସାରେ ମିଟର ଲଗାଇ ଟାଟା ପାୱାର ମନଇଚ୍ଛା ଶୋଷଣ କରିବ ବୋଲି ମହାସଂଘ ଅଭିଯୋଗ କରିଛି।ଏହା ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ଇଲେକଟ୍ରିସିଟି ରାଇଟସ ଅଫ କନଜୁମର୍ସ ରୁଲ ୨୦୨୦ ର ସଂପୂଣ୍ଣ ବିରୁଦ୍ଧାଚରଣ କରୁଛି ବୋଲି ଉପଭୋକ୍ତା ମହାସଂଘ ଉଲ୍ଲେଖ କରିଛି। ବିଦ୍ୟୁତ ଗ୍ରାହକ ଙ୍କ ଅଧିକାରକୁ ସମ୍ପୂର୍ଣ ଛଡାଇ ନିଆଯିବା ର ବ୍ୟବସ୍ଥା କୁ ମହସଂଘ ବିରୋଧ କରିଛି।ରାଜ୍ୟରେ ୬୦ ଲକ୍ଷ ଉପଭୋକ୍ତାଙ୍କ ନିକଟରେ ଆଣ୍ଡରଏଡ ମୋବାଇଲ, ଇଣ୍ଟାରନେଟ ତଥା ଟେଲିଫୋନ ସୁବିଧା ନାହିଁ। ଏପରି ସ୍ଥିତି ରେ ସେମାନେ କିପରି ସ୍ମାର୍ଟ ମିଟର ପରିଚାଳନା କରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଓଇଆରସି ଧାରା ୫ ର ଉପଧାରା ୧ ଅନୁଯାଇ ବିତରଣ କମ୍ପାନୀ ଓ ସରକାର ଙ୍କୁ ନିୟମର କଡାକଡି ପାଳନ ପାଇଁ ନିର୍ଦେଶ ଦେବାକୁ ମହାସଂଘ ଦାବି କରିଛି। ପ୍ରିପେଡ଼ ମିଟର ବସେଇବା ପାଇଁ ଯଦି ସରକାର ଏତେ ବ୍ୟସ୍ତ ତାହେଲେ ଆଇନ ଅନୁଯାଇ ମିଟର କିଣିବା ପଇସା ସିଧାସଳଖ ଗ୍ରାହକ ଙ୍କ ଆକାଉଣ୍ଟକୁ ଦିଅନ୍ତୁ।ଗତ ୯ ତାରିଖରେ ବିତରଣ କମ୍ପାନୀ ମାନଙ୍କ ପୁଞ୍ଜିନିବେଶ ନେଇ ଓଇ ଆର ସି ଙ୍କ ଶୁଣାଣି ସମୟରେ ବିଦ୍ୟୁତ୍ ବିଭାଗ ର କୌଣସି ଅଧିକାରୀ ଜାଣିଶୁଣି ଉପସ୍ଥିତ ନ ଥିଲେ।ଏହି ଅଧିକାରୀ ଙ୍କ ବିରୁଦ୍ଧରେ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମହାସଂଘ ଦାବି କରିଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ, ସାଧାରଣ ସମ୍ପାଦକ ପ୍ରସନ୍ନ ବିଷୋୟୀ,ସମ୍ପାଦକ ଲଲାଟେନ୍ଦୁ ଦୀକ୍ଷିତ,ଅକ୍ଷୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles