ନାରେନ୍ ରେ ୭୬ତମ ବନମହୋତ୍ସବ ପାଳିତ

0
59

ଟିଟିଲାଗଡ଼,୦୬/୦୭/୨୦୨୫(ଜେଏନଏସ), ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ଟିଟିଲାଗଡ଼ ବନାଞ୍ଚଳ ପକ୍ଷରୁ ନାରେନ୍ ଗ୍ରାମ ଠାରେ ୭୬ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ଉପଜିଲ୍ଲାପାଳ ରେହାନ୍ ଖତ୍ରୀ, ବଲାଙ୍ଗିର ବନଖଣ୍ଡ ଅଧିକାରୀ ଅଜିତ ବିଶି, ସହକାରୀ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର, ଏସ୍.ଡି.ପି.ଓ. ଯଶୋବନ୍ତ ପ୍ରଧାନୀ, ଓ.ଏଫ୍.ଡି.ସି. ଜିଏମ୍ ଜୁଲି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ ସହ ଏହାର ଆବଶ୍ୟକତା ଓ ଉପାଦେୟତା ସମ୍ବନ୍ଧରେ ସଚେତନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଜୈନ ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହରକୁ ସବୁଜିମା କରିବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଥିବା ଉଲ୍ଲେଖ କରିଥିଲେ । ନରେନ୍ ଗ୍ରାମର ୧୫ହେକ୍ଟର ପଡିଆ ଭୂଇଁକୁ ସବୁଜିମାରେ ପରିଣତ କରାଯିବା ଲକ୍ଷ୍ୟ ଏହି କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ଥିବା ବନଖଣ୍ଡ ଅଧିକାରୀ ଶ୍ରୀ ବିଶି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନପାଳ ରଞ୍ଜିତ ସିଂଦେଓ, ଆଶୁତୋଷ ମହାକୁର, ବିମ୍ବାଧର ବେହେରା, ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ସହକାରୀ ଶିକ୍ଷକ ଧରଣୀଧର ବେହେରା, ପ୍ରକୃତି ରକ୍ଷା ସଂଗଠନର ସାରଦା ରାଓ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here