ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବୀ

0
34

ଟିଟିଲାଗଡ଼,୨୨/୦୪/୨୦୨୫(ଜେଏନ୍ଏସ୍), ଦେଶର ସଂସଦରେ ପାରିତ ୱାକଫ ବିଲକୁ ଆଳ କରି ପଶ୍ଚିମବଙ୍ଗରେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ପକ୍ଷରୁ ହିନ୍ଦୁଙ୍କ ଉପରେ କରାଯାଉଥିବା ଅତ୍ୟାଚାର ଓ ହିଂସାକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେରେ ବିଶ୍ଵହିନ୍ଦୁ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୱାକଫ ବିଲ ଦେଶର ସାଂସଦରେ ମଞ୍ଜୁର ସହ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି । ଏହି ଆଇନ ପ୍ରଣୟନରେ ଅଯଥାରେ ହିନ୍ଦୁଙ୍କୁ ଲକ୍ଷ୍ୟ କରାଯାଇ ସେମାନଙ୍କ ପ୍ରତି ହିଂସା କରାଯାଉଛି । ବହୁସଂଖ୍ୟାରେ ହିନ୍ଦୁ ଅତ୍ୟାଚାରର ଶିକାର ହେବାସହ ପଶ୍ଚିମ ବଙ୍ଗ ମୁର୍ଶୀବାଦରୁ ପଳାୟନ କରୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟ ରାଜନୀତି ପାଇଁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ପ୍ରୋତ୍ସାହନ ଦେଉଥିବା ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି । ପରିଷଦ ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳ ମଙ୍ଗଳ ସିଂଭୋଇଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଶାଖା ସମ୍ପାଦକ ନନ୍ଦ ମହଲା, କୋଷାଧ୍ୟକ୍ଷ କୈଲାଶ ସୋନି, ପ୍ରାନ୍ତ ସଦସ୍ୟ କୃଷ୍ଣଚନ୍ଦ୍ର ବାବୁ, କ୍ଷୀରସିନ୍ଧୁ ସାହୁ, ସୁଦର୍ଶନ ବାବା, ଗୋପାଲ କୃଷ୍ଣ ସାହୁ, ସନ୍ଧ୍ୟା ଥାପା, ଚିତ୍ତରଞ୍ଜନ ସାହୁ, ଚିନ୍ତାମଣି ସାହୁ, ମୋହନଲାଲ ଗୁପ୍ତା, କାନ୍ତା ପ୍ରସାଦ ସାହୁ, ଲାଲଦେବ ପ୍ରସାଦ ଗୁପ୍ତା, ହେମନ୍ତ ଆଦଜୁଆଡ଼, ମୋତିରାମ ଆଡ଼ଯୁଆଡ଼ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here