ଟିଟିଲାଗଡ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କେବେ ?

ଟିଟିଲାଗଡ,୩୧/୧୨(ଜେଏନଏସ),ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ର ନବନିର୍ମିତ କୋଠା ସମ୍ପୂର୍ଣ ହୋଇ ୨ ବର୍ଷ ବିତିବାକୁ ଯାଉଥିବା ବେଳେ ସହର ମଧ୍ୟରୁ ଏହା ସ୍ଥାନାନ୍ତର ନ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ପୂର୍ବ ସରକାର ଅମଳରେ ୫ ଟି ଅନ୍ତର୍ଗତ ମୋ ହସ୍ପିଟାଲ ରୁପାନ୍ତରିକରଣ ଅଭିଯାନ ଦ୍ଵାରା ସହର ଉପକଣ୍ଠରେ ପିପଲପଦର ଠାରେ ୨୨ କୋଟି ରୁ ଉର୍ଦ୍ଧ ବ୍ୟୟ ଅଟକଳ ରେ ନୂତନ ଭବ୍ୟ କୋଠା ନିର୍ମିତ ହୋଇଛି।ଏହି ପ୍ରକଳ୍ପ ଅନ୍ତର୍ଗତ ନୂତନ ଓପିଡି କୋଠା, ସିସି ଟିଭି ବ୍ୟବସ୍ଥା, ସ୍ଵଚ୍ଛତା ପରିବେଶ,ଶୌଚାଳୟ, ଅଗ୍ନିଶମ ବ୍ୟବସ୍ଥା, ଔଷଧ ବିତରଣ କେନ୍ଦ୍ର, ଆହାର କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ସୋନ୍ଦର୍ଯ୍ୟକରଣ, ପାଚେରୀ ନିର୍ମାଣ, ବିଭାଗୀୟ କର୍ମଚାରୀ ଙ୍କ ପାଇଁ ୪୮ ଟି ବାସଭବନ ସହ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଉପଲବ୍ଧ ରହିଛି।ପୂର୍ବ ସରକାର ଅମଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଆଭସି ମାଧ୍ୟମରେ ଏହା ଉଦଘାଟିତ ମଧ୍ୟ ହୋଇସାରିଛି।ତେବେ ସମାନ ସ୍ଥିତି ରେ ଥିବା ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ଦୀର୍ଘଦିନ ପରେ ସୋମବାର ନୂତନ କୋଠା କୁ ସ୍ଥାନାନ୍ତର ହୋଇଥିବା ବେଳେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା କେବେ ସ୍ଥାନାନ୍ତର ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?ଗୋଟିଏ ପଟେ ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ଯୋଗୁଁ ଏହା ସ୍ଥାନାନ୍ତର ହୋଇପାରୁ ନ ଥିବା ଅଭିଯୋଗ ଉଠୁଥିବା ବେଳେ ଅପରପକ୍ଷରେ ସହର ର ମଧ୍ୟ ଭାଗରେ ଥିବା ଡାକ୍ତରଖାନା କୁ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯିବା କୁ ବିଭିନ୍ନ ମହଲରୁ ଦାବୀ ହୋଇଛି।ତେବେ ୨ ବର୍ଷ ପୂର୍ବରୁ ସହର ମଧ୍ୟରୁ ଏଠାକୁ ମାତୃ ଓ ଶିଶୁ ଡାକ୍ତରଖାନା ସ୍ଥାନାନ୍ତର ହୋଇ ସାରିଥିବା ବେଳେ ନୂତନ କୋଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ଥାଇ ଏସ ଡି ଏଚ୍ କୁ ସ୍ଥାନାନ୍ତର କରା ନ ଯିବା ରୋଗୀ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ କରିବା ସଦୃଶ ହୋଇଛି। ବିଧାୟକ ନବୀନ ଜୈନଡାକ୍ତରଖାନା ସ୍ଥାନାନ୍ତର ନେଇ ପୂର୍ବରୁ ସହରର ସମସ୍ତ ସାମାଜିକ ସଙ୍ଗଠନ ର ମତାମତ ଲୋଡା ଯାଇଥିଲା।ସହର ମଧ୍ୟରେ ଥିବା ଡାକ୍ତରଖାନା କୁ ସହରାଞ୍ଚଳ ପ୍ରାଥମିକ ଡାକ୍ତରଖାନା ଘୋଷଣା କରାଯାଇ ଏହାକୁ ସ୍ଥାନାନ୍ତର କରାଯିବାକୁ ସାଧାରଣରେ ଦାବୀ ରହିଛି।ଜନମତ କୁ ପ୍ରାଥମିକତା ଦେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles