ଟ୍ରେନ ଆଗକୁ ଡେଇଁ ମହିଳା ମୃତ

ଟିଟିଲାଗଡ,୬/୯(ଜେଏନଏସ),ଟିଟିଲାଗଡ – ବଲାଙ୍ଗୀର ରେଳ ଧାରଣା କିଲୋମିଟର ନଂ ୭୪୦ ନିକଟରୁ ଏକ ମହିଳା ଙ୍କ ମୃତଦେହ ବଲାଙ୍ଗୀର ରେଳବାଇ ପୁଲିସ ଜବତ କରିଛି।ମୃତ ମହିଳା ଜଣକ ଟିଟିଲାଗଡ ସ୍ଵାଧୀନ ପଡ଼ା ନିବାସୀ ସୁରେନ୍ଦ୍ର ପାତ୍ର ଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପାତ୍ର(୬୦) ବୋଲି ପୁଲିସ ସୂଚନା ଦେଇଛି।ସୂଚନା ଅନୁଯାୟୀ ପାରିବାରିକ କଳହ କୁ ନେଇ ପୁଷ୍ପାଞ୍ଜଳି ଶୁକ୍ରବାର ରାତି ଘରୁ ବାହାରି ଚାଲିଯାଇଥିବା ବେଳେ ଶନିବାର ନାନାଝର ରାସ୍ତାରେ ଥିବା ଭୂତଳ ପୋଲ ନିକଟ ରେଳ ଧାରଣା ଠାରେ ତାଙ୍କ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଥିଲା।ପାରିପାର୍ଶ୍ବିକ ସ୍ଥିତି ରୁ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି।ମୃତକ ଙ୍କ ସ୍ଵାମୀ ଟିଟିଲାଗଡ ରେଳବାଇ ପୁଲିସ କୁ ସୁଚନାଦେବା ପରେ ଘଟଣା ସ୍ଥଳ ବଲାଙ୍ଗୀର ରେଳବାଇ ପୁଲିସ ଅଧୀନରେ ଆସୁଥିବା ଯୋଗୁଁ ତାଙ୍କୁ ସୂଚନା ଦିଆଯାଇଥିଲା।ସୂଚନା ପାଇ ବଲାଙ୍ଗୀର ରେଳବାଇ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରିଥିଲା।ଘଟଣା କୁ ନେଇ ବଲାଙ୍ଗୀର ଜିଆରପି ଥାନା କେସ ନଂ ୨୮/୨୫ ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles