ଆମ୍ବୁଲାନ୍ସ ରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ମହିଳା ଗୁରୁତର

0
30

ଟିଟିଲାଗଡ଼,୦୫.୦୪.୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରୁ ୨ ନବଜାତ ଜାଆଁଳା ଶିଶୁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ସ୍ଥାନାନ୍ତରିତ କରାଯାଉଥିବା ବେଳେ ଅଘଟଣ ଘଟିଛି । ଆମ୍ବୁଲାନ୍ସର ଅକ୍ସିଜେନ ସିଲିଣ୍ଡର ଫାଟି ଯିବା ଯୋଗୁଁ ନବଜାତ ଶିଶୁଙ୍କ ସମ୍ପର୍କୀୟା ମହିଳା ଦୂତିଆ ଭୋଇ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ବିସ୍ପୋରଣ ପରେ ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ମୁରିବାହାଲ ଥାନା ଅନ୍ତର୍ଗତ ଚିକନିବାହାଲି ଗ୍ରାମର ଋଷଭ ଜାନିଙ୍କ ପତ୍ନୀ ରାଧା ଯାନି ପ୍ରସୂତି ପାଇଁ  ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଦୁଇ ଯାଆଁଳା କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ଶିଶୁ ଦୁର୍ବଳ ଥିବା ନେଇ ଡାକ୍ତର ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । ସ୍ଥାନାନ୍ତର ସମୟରେ ଅକ୍ସିଜେନ ସିଲିଣ୍ଡର ଆମ୍ବୁଲାନ୍ସରେ ସଂଯୋଗ ସମୟରେ ତାହା ବିସ୍ଫୋରଣ ହୋଇଥିଲା । ସେହି ସମୟରେ ନବଜାତ ଶିଶୁ କନ୍ୟାଙ୍କୁ ହାତରେ ଧରି ଆମ୍ବୁଲାନ୍ସରେ ବସିଥିବା ଦୂତିଆଙ୍କ ଶରୀରରେ ନିଆଁ ଲାଗି ଯାଇଥିବା ବେଳେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କ ଆଣ୍ଠୁରୁ ପାଦ ପର୍ଯ୍ୟନ୍ତ ନିଆଁରେ ପୋଡ଼ି ହୋଇଯାଇଥିବା ବେଳେ ସଙ୍ଗେ ସଙ୍ଗେ ତାଙ୍କୁ ଟିଟିଲାଗଡ଼ ଏସ୍.ଡି.ଏଚ୍. କୁ ଚିକିତ୍ସା ପାଇଁ ପଠାଯାଇଥିଲା । ଅପରପକ୍ଷରେ ନବଜାତ ଯାଆଁଳାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିବା ଦାୟିତ୍ୱରେ ଥିବା ଏସ୍.ଡି.ଏମ୍.ଓ. ଡ଼ାକ୍ତର  ଓଁକାର ହୋତା ସୂଚନା ଦେଇଛନ୍ତି ।   

LEAVE A REPLY

Please enter your comment!
Please enter your name here