ଟିଟିଲାଗଡ଼ରେ ଭାରତ ବିକାଶ ପରିଷଦ ପକ୍ଷରୁ ମହିଳା ସହଭାଗିତା କାର୍ଯ୍ୟକ୍ରମ

0
84

ଟିଟିଲାଗଡ଼ ୨୪/୬(ଜେଏନଏସ), ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ମହିଳା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ମହିଳା ଓ ବାଳବିକାଶ ସଚୀବ ଗୀତାଞ୍ଜଳି ଭୋଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଶାଖା ସଭାପତି ଡ଼କ୍ଟର ଛାୟାକାନ୍ତ ଷଡ଼ଙ୍ଗୀ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ଜୈନ, ବରିଷ୍ଠ ସଦସ୍ୟ ଜୟପ୍ରକାଶ ଅଗ୍ରୱାଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ସମାଜ ତଥା ରାଷ୍ଟ୍ରର ବିକାଶ ନିମନ୍ତେ ଆବଶ୍ୟକ ମହିଳା ସହଭାଗିତା ସମ୍ପର୍କରେ ଅନୁଷ୍ଠାନ ଦ୍ଵାରା କରାଯାଉଥିବା ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଏନିମିଆ ନିରାକରଣ ଉପରେ ସଚେତନତା ସୃଷ୍ଟି କରିବା ସହ ଏନିମିଆ ରକ୍ତ ପରୀକ୍ଷା, ବାଳସଂସ୍କାର, କିଶୋରୀ ପ୍ରବୋଧନ, ବେଟି ବଚାଓ ବେଟି ପଢାଓ, ଆତ୍ମନିର୍ଭର ଯୋଜନା ଆଦି କାର୍ଯ୍ୟକ୍ରମ ହାତକୁ ନେବାପାଇଁ ଡାକ୍ତର ଜୈନ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ମହିଳା ସଦସ୍ୟଙ୍କ ସହ କିଶୋର ମହାପାତ୍ର, ଗୋବର୍ଦ୍ଧନ ସାହୁ, ଅଖିଳ କୁମାର ପଣ୍ଡା, ରମେଶ ପର୍ଡିଆ, ଉମେଶ ଚନ୍ଦ୍ର ମହାପାତ୍ର, ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here