ମହିଳା ଡିଗ୍ରୀ କଲେଜର ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ।

0
35

ଟିଟିଲାଗଡ଼,୧୨/୦୩/୨୦୨୫,(ଜେଏନ୍ଏସ୍) : ଟିଟିଲାଗଡ଼ ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସପ୍ତାହବ୍ୟାପି ଚାଲିଥିବା  ଆତ୍ମସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଆୟୋଜିତ ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନି ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିବିରର  ଉପାଦେୟତା ସମ୍ଵନ୍ଧରେ ଉଲ୍ଲେଖ କରିଥିଲେ।ଶିବିର ଦ୍ଵାରା ପ୍ରଶିକ୍ଷିତ ଛାତ୍ରୀ ଆବଶ୍ୟକ ସ୍ଥଳେ ଏହାକୁ କାର୍ଯ୍ୟରେ ଉପଯୋଗ କରି ପାରିଲେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ବୋଲି ମୁଖ୍ୟଅତିଥି ଶ୍ରୀ ସାମିନି ଉଲ୍ଲେଖ କରିଥିଲେ । ଅଧ୍ୟାପକ ଜଗଦୀଶ ଜାଲ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ତାପସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷକ ସୁରେଶ ଜାଲଙ୍କ ନେତୃତ୍ୱରେ ପ୍ରଶିକ୍ଷିକା ବିନୋଦିନୀ ଶିକା ଓ ରିପ୍ତିମୟୀ ସାହୁ ଆଠ ଦିନ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ କୁଲଦୀପ ଖାଖା, ଗୋପାଳକୃଷ୍ଣ ସାହୁ, କ୍ଷୀରୋଦ ସୁନା ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here