ମହିଳା ଙ୍କ ସହଯୋଗ ବିନା ବିକଶିତ ରାଷ୍ଟ୍ର ଗଠନ ଅସମ୍ଭବ, ମହିଳା ସହଭାଗିତା କର୍ମଶାଳା

ଟିଟିଲାଗଡ,୧୬/୧୨(ଜେଏନଏସ),ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ଆନୁକୁଲ୍ୟରେ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ମହିଳା ସହଭାଗିତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପଶ୍ଚିମ ପ୍ରାନ୍ତ ଉପ ସଭାପତି ଡ଼ ଛୟାକାନ୍ତ ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମଶାଳା ର ଉଦଘାଟନ କରିଥିଲେ।ପୂର୍ବ କ୍ଷେତ୍ର ସଭାପତି ଶ୍ରୀମତୀ ସୁମନ ସିଂ ମୁଖ୍ୟ ଉପଦେଷ୍ଟା ଏବଂ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସମ୍ପାଦକ ପ୍ରକାଶ ପଟ୍ଟନାୟକ, ରାଷ୍ଟ୍ରୀୟ ସଭ୍ୟା ସୁପ୍ରୀତି ରଥ,କ୍ଷେତ୍ରୀୟ ସଂଯୋଜିକା ରଶ୍ମିରେଖା ଜେନା,ଓଡ଼ିଶା ସମ୍ପର୍କ ପ୍ରମୁଖ କମ୍ବୁପାଣି ପାଢ଼ୀ,ଟିଟିଲାଗଡ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶତାଧିକ ସଭ୍ୟ ଙ୍କୁ ଉତ୍ସାହିତ କରିଥିଲେ।ଆଧୁନିକ ବିକଶିତ ରାଷ୍ଟ୍ର ଗଠନରେ ମହିଳା ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ମହିଳା ଙ୍କ ସହଯୋଗ ବିନା ଏହା ଅସମ୍ଭବ ବୋଲି ଅତିଥି ବୃନ୍ଦ ଉଲ୍ଲେଖ କରିଥିଲେ।ଆୟୋଜିତ କର୍ମଶାଳା ରେ ରାଣୀ ଅହିଲ୍ୟା ବାଇ ଓ ଭାରତର ମହିୟସୀ ମହିଳା, ପଞ୍ଚ ପରିବର୍ତ୍ତନ ବିଷୟ,ମହିଳା ସଦସ୍ୟା ଙ୍କ ସକ୍ରିୟତା ଆଦି ପ୍ରସଙ୍ଗରେ ତଥ୍ୟଭିତ୍ତିକ ଆଲୋଚନା ହୋଇଥିଲା।ଶାଖା ସଭାପତି ଉମେଶ ଚନ୍ଦ୍ର ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶାଖା ସମ୍ପାଦକ କିଶୋର ମହାପାତ୍ର,ମହିଳା ଶାଖା ସମ୍ପାଦିକା ଗୀତାଞ୍ଜଳି ଭୋଇ,ଧନଞ୍ଜୟ ବେହେରା,ଅଖିଳ ପଣ୍ଡା ପ୍ରମୁଖ ଙ୍କ ସହ ବହୁ ସଦସ୍ୟ,ସଦସ୍ୟା ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles