ମୀନାବଜାର ଦୋଳି ଲୁହା ଛିଣ୍ଡି କର୍ମଚାରୀ ମୃତ

0
40

ଟିଟିଲାଗଡ଼,୧୮/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ଐତିହ୍ୟ ସମ୍ପନ୍ନ ମହାଶିବରାତ୍ରି ମେଳା ପାଇଁ ଆସିଥିବା ମୀନାବଜାର ଦୋଳିରୁ ଲୁହା ଛିଣ୍ଡି ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ  ରାଜସ୍ଥାନ ଆଜମେରର ସକିଲ ଖାନ ଦୋଳି ତଳେ ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ଦୋଳିର ଏକ ଲୁହା ଛିଣ୍ଡି ପଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସରକାରୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟିଟିଲାଗଡ଼ ପୁଲିସ ଶବ ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛି । 

LEAVE A REPLY

Please enter your comment!
Please enter your name here