ଟିଟିଲାଗଡ଼ରେ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ

0
67

ଟିଟିଲାଗଡ଼,୨୧/୧୧,(ଜେଏନ୍ଏସ୍), ଶିଶୁ ଅମୃତର ସନ୍ତାନ ଓ ବିଭୂଦତ୍ତ ସମ୍ପତ୍ତି । ଶିଶୁ ଭିତରେ ଆହେତୁକ ଆଶା, ଆକାଂକ୍ଷା ଓ ସମ୍ଭାବନା ଭରି ରହିଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଗୁରୁକୃପା ଟ୍ରଷ୍ଟ, ଟିଟିଲାଗଡ଼ ଦ୍ବାରା ଆୟୋଜିତ ଶିଶୁ ଅଧିକାର କର୍ମଶାଳାରେ ଟ୍ରଷ୍ଟ ର ସଭାପତି ଶ୍ରୀ କେଦାର କବାଟଙ୍କ ସଭାପତିତ୍ୱରେ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ଦାଶ, ପ୍ରଧାନ ଶିକ୍ଷୟିତ୍ରୀ, ମୁଖ୍ୟ ଅତିଥି, ଡକ୍ଟର ଯୁଗଳ କିଶୋର ଷଡଙ୍ଗୀ, ସମ୍ମାନିତ ଅତିଥି, ଏବଂ ଜ୍ୟୋତିପ୍ରକାଶ ଗଡତ୍ୟା, ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ସଭାରେ ଉପସ୍ଥିତ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ପୁସ୍ତିକା ବଣ୍ଟନ କରାଯାଇଥିଲା । ଶିଶୁର ମୌଳିକ ଅଧିକାର ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବିଭିନ୍ନ ବିଦ୍ୟାଳୟରେ କରିବାକୁ ସ୍ଥିର କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଟ୍ରଷ୍ଟର ଶରତ ବ୍ୟାଗର୍ତ୍ତୀ, ତୁଳାରାମ ମାଝି ଓ ଦୀନବନ୍ଧୁ ସାଗର ସହଯୋଗ କରିଥିଲେ । ସଭା ଶେଷରେ ଶ୍ରୀଯୁକ୍ତ ମନୋଜ ଭାଟି ଧନ୍ୟବାଦ ଅର୍ପଣ କରିଥିଲେ । 

LEAVE A REPLY

Please enter your comment!
Please enter your name here