ବିଶ୍ଵ ପରିବେଶ ଦିବସ ପାଳିତ

0
69

ଟିଟିଲାଗଡ଼,୦୬/୦୬/୨୦୨୫(ଜେ.ଏନ୍.ଏସ୍.), ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ଟିଟିଲାଗଡ଼ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଟିଟିଲାଗଡ଼ ଭଳି ଉତ୍ତପ୍ତ ସହରର ପରିବେଶ ସନ୍ତୁଳନ ପାଇଁ  ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ ସହ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଥିବା ଉଲ୍ଲେଖ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ବିଧାୟକ ଶ୍ରୀ ଜୈନଙ୍କ ସହ ବିଭାଗୀୟ ଅଧିକାରୀ ମାନେ ବୃକ୍ଷ ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here