ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ଵ ପରିବେଶ ଦିବସ ପାଳିତ

0
236

ଟିଟିଲାଗଡ଼,୦୫/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରକୃତି ରକ୍ଷା ପାଇଁ ଆଜୀବନ ବୃକ୍ଷରୋପଣ ଓ ନିଃଶୁଳ୍କ ବୃକ୍ଷ ବଣ୍ଟନରେ ବ୍ରତୀ ଥିବା ପରିବେଶବିଦ୍ ପ୍ରାକ୍ତନ ତଥା ପ୍ରଧାନ ଶିକ୍ଷକ କୃପାନିଧି ଶତପଥୀ ମୁଖ୍ୟଅତିଥି ଓ ବିଦ୍ୟାଳୟର ସଭାପତି ଜ୍ୟୋତିପ୍ରକାଶ ଗଡ଼ତ୍ୟା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଦିବସର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥିବୃନ୍ଦଙ୍କ ସହ ସମସ୍ତ ଗୁରୁଜୀ, ଗୁରୁମା, ସେବକ ସେବିକା  ଓ ପରିଚାଳନା ସମିତି ସଦସ୍ୟ ବୃକ୍ଷ ରୋପଣ କରିଥିଲେ । 

LEAVE A REPLY

Please enter your comment!
Please enter your name here