‘କୁମୁଡା ପାହାଡ଼ ସୁରକ୍ଷା ସମିତି’ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

0
74

ଟିଟିଲାଗଡ଼,୦୬/୦୬/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ‘କୁମୁଡ଼ା ପାହାଡ଼ ସୁରକ୍ଷା ସମିତି’ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ବାଗଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ବରିଷ୍ଠ କଂଗ୍ରେସ ନେତା, ଡମ୍ବରୁଧର ଛତ୍ରିଆ, ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ନରସିଂ ସିଂ ପ୍ରମୁଖ ଯୋଗଦେଇ ଏହି ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ବୃକ୍ଷରୋପଣ ପାଇଁ ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ଲଣ୍ଡା ପାହାଡ ପରିବେଷ୍ଟିତ ଟିଟିଲାଗଡ଼ ସହରର ତାପମାତ୍ରା ସନ୍ତୁଳିତ ରଖିବାକୁ ହେଲେ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଥିବା ଏବଂ ଅନୁଷ୍ଠାନ ପକ୍ଷରୁ ଏଥିପାଇଁ ଅଭିଯାନ ଜାରି ରହିଥିବା ସଭାପତି ଶ୍ରୀ ବାଗ ଉଲ୍ଲେଖ କରିଥିଲେ । ଏହି ଅବସରରେ ଏକ ପରିବେଶ ସଚେତନତା ସଭା ଅନୁଷ୍ଠିତ କରାଯିବା ସହ କୁମୁଡା ପାହାଡ଼ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଧୁ ଦୁର୍ଗା, ପ୍ରହଲ୍ଲାଦ ବେହେରା, ସାହିଲ ଖାନ, ଟିକୁ ସାହୁ, ବିମ୍ବିସାର ନାୟକ, ଜ୍ୟୋତି ହରପାଲ, ସୁନିଲ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here