ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ପକ୍ଷରୁ ଜେଲ ଅନ୍ତେବାସୀଙ୍କୁ ରାଜଯୋଗ ପ୍ରଶିକ୍ଷଣ।

0
102

ଟିଟିଲାଗଡ଼,୨୨/୬(ଜେଏନ୍ଏସ୍), ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନ ପକ୍ଷରୁ ଜେଲ ଅନ୍ତେବାସିଙ୍କ ପାଇଁ ରାଜଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜେଲ ଅନ୍ତେବାସୀମାନେ କିପରି ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ଏବଂ କିପରି ସକାରାତ୍ମକ ଚିନ୍ତାଧାରାର ବିକାଶ କରିବେ ସେହି ଉଦ୍ଦେଶ୍ୟ ନେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ଥିଲା। ରାଜଯୋଗକୁ ଦିନଚର୍ଯ୍ୟାରେ ସାମିଲ କରିବା ଦ୍ୱାରା ଶରୀର ଓ ମନରେ ସକାରାତ୍ମକ ଶକ୍ତିର ଅଭ୍ୟୁଦୟ ହେବାସହ ମନ ଅପରାଧିକ ଚିନ୍ତାଧାରାରୁ ଦୂରେଇ ରହିଥାଏ ବୋଲି ପ୍ରଶିକ୍ଷିକା ବ୍ରହ୍ମାକୁମାରୀ ଭଉଣୀମାନେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଜେଲ କର୍ମଚାରୀ ଓ ଅନ୍ତେବାସୀମାନେ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here